Categories: ବାଣିଜ୍ୟ

ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୧-୧୦: ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ଅଭିବୃଦ୍ଧି ଆକଳନକୁ ମୁଡିସ ଇନଭେଷ୍ଟର୍ସ ସର୍ଭିସ ୬.୨%ରୁ ୫.୮%କୁ ହ୍ରାସ କରିଛି। ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ବିତ୍ତିୟ ଧାରା ଉପରେ ପ୍ରଭାବ ପକାଇବ ବୋଲି ମୁଡିସ୍‌ ଗୁରୁବାର କହିଛି। ପୂର୍ବରୁ ଅଗଷ୍ଟ ମାସରେ ଏହା ଦେଶର ଅଭିବୃଦ୍ଧି ଆକଳନକୁ ୬.୮%ରୁ କମାଇ ୬.୨% କରିଥିଲା। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ଚାହିଦାରେ ହ୍ରାସ ଏବଂ ଆର୍ଥତ୍କ କ୍ଷେତ୍ରରେ ପ୍ରଭାବିତ ସ୍ଥିତି ଯୋଗୁ ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୯%ରୁ ୬.୧%କୁ ଖସାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡିପି ଅଭିବୃଦ୍ଧି ୬.୬% ହାରରେ ବଢିବ ବୋଲି ମୁଡିସ୍‌ ଆକଳନ କରିଛି।
ଗତ ୨ ବର୍ଷ ସମୟକୁ ବିଚାର କଲେ ପ୍ରକୃତ ଜିଡିପି ଅଭିବୃଦ୍ଧି ହାରରେ ହ୍ରାସ ଦେଖାଯାଉଥିବା ଏହି ଗ୍ଲୋବାଲ ରେଟିଂ ଏଜେନ୍ସି ପ୍ରକାଶ କରିଛି। ସରକାର କର୍ପୋରେଟ ଟିକସ ହ୍ରାସ କରିଥିବାରୁ ରାଜକୋଷକୁ ୧.୫୦ ଲକ୍ଷ କୋଟି ଟଙ୍କାର ପ୍ରଭାବ ପଡିବ। ଏହା ବିତ୍ତିୟ ନିୟଣ୍ଟ ଧାରାରେ ମଧ୍ୟ ପରିଲକ୍ଷିତ ହେବ। ବିତ୍ତିୟ ନିୟଣ୍ଟକୁ ଦେଶର ମୋଟ ଜିଡ଼ିପିର ୩.୩%ରେ ରଖିବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର ଏହା ପ୍ରାୟ ୩.୭% ଛୁଇଁବ ବୋଲି ମୁଡିସ୍‌ ଆକଳନରେ ପ୍ରକାଶ କରିଛି।

Share