Categories: ବାଣିଜ୍ୟ

ଅଭିବୃଦ୍ଧି ପୂର୍ବାନୁମାନ କମାଇଲେ ୟୁବିଏସ୍‌, ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୨୪-୩: କରୋନା ଯୋଗୁ ଦେଶ ମଧ୍ୟରେ ବର୍ତ୍ତମାନ ଜଟିଳ ସ୍ଥିତି ଉପୁଜିଥିବା ବେଳେ ଘରୋଇ ଅର୍ଥ ବ୍ୟବସ୍ଥା ଉପରେ ଏହାର ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ୪% ରହିବ ବୋଲି ୟୁବିଏସ୍‌ ପକ୍ଷରୁ କୁହାଯାଇଛି। ଏହି ସମୟରେ ଭାରତର ବିକାଶ ହାର ୫.୧% ରହିବ ବୋଲି ୟୁବିଏସ୍‌ ପୂର୍ବରୁ ପୂର୍ବାନୁମାନରେ କହିଥିଲା। ସେହିଭଳି ୨୦୧୯-୨୦ ଲାଗି ଭାରତର ବିକାଶ ହାର ଅନୁମାନକୁ ଏହା ୪.୮%କୁ ଖସାଇ ଦେଇଥିବା ଜଣାପଡିଛି। ୨୦୨୦-୨୧ରେ ଭାରତର ବିକାଶ ହାର ୫.୨% ରହିବା ନେଇ ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ(ଏସ୍‌ ଆଣ୍ଡ ପି) ପକ୍ଷରୁ ଅନୁମାନରେ କୁହାଯାଇଛି। ଏହି ସମୟ ଅବଧିରେ ଭାରତର ବିକାଶ ୬.୫% ହେବ ବୋଲି ଏସ୍‌ ଆଣ୍ଡ ପି ପକ୍ଷରୁ ପୂର୍ବରୁ କୁହାଯାଇଥିଲା। କରୋନା ବ୍ୟାପିବା ଯୋଗୁ ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ଭାରତର ବିକାଶ ହାର ପୂର୍ବାନୁମାନ କମ୍‌ କରୁଥିବା ଜଣାପଡିଛି।

Share