Categories: ବାଣିଜ୍ୟ

ଅଭିବୃଦ୍ଧି ପୂର୍ବାନୁମାନ ୫.୧%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୨-୧୨: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୫.୧%କୁ କମାଇଛି। ନିଯୁକ୍ତି ହ୍ରାସ, ଗ୍ରାମାଞ୍ଚଳରେ ଚାହିଦା ହ୍ରାସ ଏବଂ ଅମଳରେ ପ୍ରଭାବ ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ଏଡିବି ଆକଳନକୁ ହ୍ରାସ କରିଛି। ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ୬.୫% ରହିବ ବୋଲି ଏହା ଆଶା ପ୍ରକଟ କରିଛି। ଭାରତ ସରକାର ଗ୍ରହଣ କରୁଥିବା ନୀତିର ସକାରାତ୍ମକ ପ୍ରଭାବ ଭାରତ ଉପରେ ରହିବା ନେଇ ଏହା ଏସିଆନ ଡେଭଲପମେଣ୍ଟ ଆଉଟଲୁକ ଅପଡେଟ ରିପୋର୍ଟରେ କହିଛି। ସେପ୍ଟେମ୍ବରରେ ଏହା ଭାରତର ଜିଡିପି ଅଭିବୃଦ୍ଧିକୁ ୭%ରୁ କମାଇ ୬.୫%କୁ ହ୍ରାସ କରିଥିଲା। ସେହିଭଳି ଆଗାମୀ ଆର୍ଥତ୍କ ବର୍ଷ ବିକାଶ ହାର ୭.୨%ରୁ ହ୍ରାସ କରି ଏହା ୬.୫%କୁ ଖସାଇଥିବା ଜଣାପଡିଛି।

Share