ଅଭିବୃଦ୍ଧି ପୂର୍ବାନୁମାନ ୬.୧%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୬-୧୦: ବିଶ୍ୱ ବ୍ୟାଙ୍କ ପରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଖସାଇଛି। ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ସେହିଭଳି ଦେଶର ଅର୍ଥବ୍ୟବସ୍ଥା ୨୦୨୦ରେ ୭% ଛୁଇଁବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ଏହାର ସଦ୍ୟତମ ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରୋଜେକ୍ଟରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୩% ରହିବ ବୋଲି ଏହା ଏପ୍ରିଲରେ କହିଥିଲା। ଦ୍ରୁତ ଅଭିବୃଦ୍ଧି ହ୍ରାସକୁ ବିଚାର କରି ଏହା ତିନିମାସ ପରେ ବିକାଶ ଅନୁମାନକୁ ୦.୩% କମ୍‌ କରିଥିଲା। ୨୦୧୮ରେ ଭାରତର ଜିଡିପି ଅଭିବୃଦ୍ଧି ୬.୮% ରହିଛି।
ରବିବାର ବିଶ୍ୱବ୍ୟାଙ୍କ ପକ୍ଷରୁ ଦକ୍ଷିଣ ଏସିଆ ଇକୋନୋମିକ ଫୋକସ୍‌ର ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଥିଲା। ଅଭିବୃଦ୍ଧି ଆକଳନକୁ ଏଥିରେ ୬.୯%ରୁ ୬%କୁ ହ୍ରାସ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଆଇଏମ୍‌ଏଫ୍‌ କରିଥିବା ପୂର୍ବାନୁମାନ ତୁଳନାରେ ଚଳିତ ବର୍ଷ ଲାଗି ଆକଳନକୁ ୧.୨% ପଏଣ୍ଟ ଏବଂ ୨୦୨୦ ଲାଗି ୦.୫% ହ୍ରାସ କରିଛି। ଘରୋଇ ଚାହିଦା ଅପେକ୍ଷାକୃତ କମିବା ସହ ଅନ୍ୟାନ୍ୟ କାରଣରୁ ଆକଳନ ହ୍ରାସ କରାଯାଇଥିବା ଆଇଏମ୍‌ଏଫ୍‌ କହିଛି। ସେହିଭଳି ଭାରତ ସରକାର ଗ୍ରହଣ କରୁଥିବା କର୍ପୋରେଟ ଟିକସ ହ୍ରାସ ପଦକ୍ଷେପ, ମୁଦ୍ରାନୀତି ପଦକ୍ଷେପ ଗ୍ରାମାଞ୍ଚଳ ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରିବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି।
୨୦୧୮ରେ ଚାଇନାର ଅଭିବୃଦ୍ଧି ୬.୧% ରହିଥିବା ବେଳେ ଏହା ଚଳିତ ବର୍ଷ ୬.୧% ଏବଂ ୨୦୨୦ରେ ୫.୮% ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି। ସେହିଭଳି ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର କମିବ ବୋଲି ଏହା ପ୍ରକାଶ କରିଛି। ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ, ଅଟୋମୋବାଇଲ ଏବଂ ରିୟଲଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିବ ବୋଲି ଏହା କହିଛି। ଆଇଏମ୍‌ଏଫ୍‌ ଏବଂ ଓ୍ବାର୍ଲଡ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଏଭଳି ରିପୋର୍ଟ ଆସିଛି। କର୍ପୋରେଟ ଏବଂ ପରିବେଶ ନିୟାମକ କ୍ଷେତ୍ରରେ ଅନିଶ୍ଚିତତା, ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକର ସମସ୍ୟା ଏବଂ ଚାହିଦା ହ୍ରାସ ଅଭିବୃଦ୍ଧିକୁ ମନ୍ଥର କରିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଘରୋଇ ବଜାରର ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ବିସ୍ତୃତ ଭାବେ ସଂସ୍କାର ଧାରା ଜାରି ରଖିବାକୁ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ମଧ୍ୟବର୍ତ୍ତୀ ସମୟ ଲାଗି ସରକାରଙ୍କ ଋଣକୁ ଏକ ସୁଚିନ୍ତିତ ଯୋଜନା ଦ୍ୱାରା ହ୍ରାସ କରାଯିବାର ଆବଶ୍ୟକତା ରହିଛି। ଟିକସ ବୃଦ୍ଧି, ସବ୍‌ସିଡି ଯୋଜନାଗୁଡିକରେ ହେଉଥିବା ଅର୍ଥ ଖର୍ଚ୍ଚ ହ୍ରାସ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଭର୍ନାସରେ ଉନ୍ନତି, ଋଣ ଯୋଗାଣ ଧାରାକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାବାଦ ଭିତ୍ତିଭୂମି ଉନ୍ନତିକରଣ, ଜମି ସଂସ୍କାର ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ଏହା ରିପୋର୍ଟରେ ମତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri