Categories: ବାଣିଜ୍ୟ

ଅଭିବୃଦ୍ଧି ଲାଗି ସରକାର,ଆର୍‌ବିଆଇ ସମନ୍ବୟ ଜରୁରୀ:ଶକ୍ତିକାନ୍ତ ଦାସ

ମୁମ୍ବାଇ,୨୮-୬: ଦେଶର ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଲାଗି ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସମନ୍ବୟ ରଖି କାର୍ଯ୍ୟ କରିବା ରଆବଶ୍ୟକତା ରହିଛି। ସେହିଭଳି ବ୍ୟବସ୍ଥାଗତ ସ୍ଥିରତାକୁ ମଧ୍ୟ ନିଶ୍ଚିତ କରାଇବା ଜରୁରୀ ବୋଲି ଗୁରୁବାର ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଘରୋଇ ବଜାରରେ ଚାହିଦାରେ ଶିଥିଳତା ଏବଂ ପୁଞ୍ଜି ନିବେଶ ହ୍ରାସ ହେବା ଯୋଗୁ ବିତ୍ତୀୟ ଶୃଙ୍ଖଳା ଉପରେ ଏହା ପ୍ରଭାବ ପକାଇଥିବା ଦ୍ୱିମାସିକ ଆର୍ଥତ୍କ ସ୍ଥିରତା ରିପୋର୍ଟର ଉନ୍ମୋଚନ ଅବସରରେ ଗଭର୍ନର ଦାସ ଏହା କହିଛନ୍ତି। ଘରୋଇ ନିବେଶ ବଢାଇବା ଦିଗରେ ନିରନ୍ତର ପ୍ରୟାସ ସହ ସରକାର ଅର୍ଥନୈତିକ ସଂସ୍କାର ଧାରା ଜାରି ରଖିବା ନେଇ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଏନ୍‌ବିଏଫସିଗୁଡିକ ସେମାନଙ୍କ ଆସେଟ ଲାୟାବିଲିଟି ପରିଚାଳନା କରିବା ଉପରେ ଧ୍ୟାନଦେବା, ଛାୟା ବ୍ୟାଙ୍କଗୁଡିକ ସେମାନଙ୍କ ଉନ୍ନତ କାର୍ଯ୍ୟପ୍ରଣାଳୀ ଦ୍ୱାରା ଅଭିବୃଦ୍ଧି ହାସଲ, ରାଷ୍ଟ୍ରାୟତ୍ତ ବାଲାନ୍ସ ସିଟ୍‌ରେ ଉନ୍ନତି ଭଳି ବିଭିନ୍ନ ପ୍ରସଙ୍ଗରେ ଉପରେ ଦାସ ମତ ରଖିଛନ୍ତି।

Share