Categories: ଜାତୀୟ

ଅଭିମାନ କଲେ ସୁବ୍ରମଣ୍ୟମ ସ୍ବାମୀ: କହିଲେ, ମୋ ବିଚାରଧାରା ଶୁଣିବାକୁ ‘ନମୋ’ଙ୍କ ଆଗ୍ରହ ନାହିଁ

ନୂଆଦିଲ୍ଲୀ, ୧।୭:ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ସରକାରଙ୍କ ପ୍ରତି ଥିବା ନିଜ ଅଭିମାନ ଜାହିର କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ବର୍ତ୍ତମାନ ସରକାର ମୋ ବିଚାରଧାରା ଶୁଶିବାକୁ ଆଗ୍ରହ ନାହିଁ। ଚାଇନାର ପ୍ରସିଦ୍ଧ ସିଂଘୁଆ ବିଶ୍ୱବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବରରେ ‘ଚାଇନାର ଆର୍ଥିକ ବିକାଶ’କୁ ନେଇ ଅନୁଷ୍ଠିତ ହେବାକୁ ଏକ ସମୀକ୍ଷା ବୈଠକରେ ସୁବ୍ରମଣ୍ୟମଙ୍କୁ ନିମନ୍ତ୍ରଣ କରାଯାଇଛି। ନମୋ(ନରେନ୍ଦ୍ର ମୋଦି)ଙ୍କୁ ମୋ ବିଚାରଧାରା ଶୁଣିବାକୁ ଆଗ୍ରହ ନାହିଁ, ତେଣୁ ମୁଁ ଚାଇନା ଯାଇପାରିବି ବୋଲି ସେ ଟୁଇଟରରେ କହିଛନ୍ତି।

Share