ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ରାଧାମୋହନ କଲୋନୀର ଅଭିମନ୍ୟୁ ନାୟକଙ୍କୁ ପଥରରେ ଛେଚି ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ଧନେଶ୍ୱର ମଲିକ ମାମଲାର ବିଚାର କରି ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ସଜା ଭୋଗିବାକୁ ପଡ଼ିବ। ୧୨ଜଣ ସାକ୍ଷୀ ଓ ୨୧ ଡକ୍ୟୁମେଣ୍ଟକୁ ପରଖିବା ପରେ ବିଚାରପତି ମଲିକ ଏହି ରାୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିମନ୍ୟୁ ପରିବାର ସହ ରାଧାମୋହନ କଲୋନୀରେ ରହୁଥିଲେ। ୨୦୧୮ ଅକ୍ଟୋବର ୨୮ରେ ସେ ତାଙ୍କ ପୁଅ ଲିଙ୍ଗା ନାୟକଙ୍କ ସହ ଘରକୁ ଫେରୁଥିଲେ। ଘର ନିକଟରେ ଅଭିଯୁକ୍ତ ଚନ୍ଦନ ହଠାତ୍‌ ଅଭିମନ୍ୟୁଙ୍କୁ ଆକ୍ରମଣ କରିଥିଲେ। ଏକ ପଥରରେ ତାଙ୍କ ମୁଣ୍ଡ ଓ ମୁହଁଙ୍କୁ ବାରମ୍ବାର ଛେଚି ଚାଲିଥିଲେ। ପାଟିଶୁଣି ଘର ଭିତରେ ଥିବା ବୋହୂ ପଙ୍କଜ ନାୟକ ଦୌଡି ଆସିଥିଲେ। ଏହାପରେ ଅଭିଯୁକ୍ତ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରଦିନ ଅର୍ଥାତ୍‌ ଅକ୍ଟୋବର ୨୯ରେ ଚିକିତ୍ସାଧୀନ ଅବସ୍ଥାରେ ଅଭିମନ୍ୟୁଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ଏୟାରଫିଲ୍ଡ ଥାନା ପୋଲିସ କେସ୍‌ ନଂ.୩୫୩/୧୮, ଦଫା ୩୦୨ ଲଗାଇ ଅଭିଯୁକ୍ତ ଚନ୍ଦନଙ୍କୁ ଗିରଫ କରିଥିଲା। ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଥିଲା। ତେବେ ତଦନ୍ତରୁ ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଲୁଟ୍‌ ପାଇଁ ଅଭିଯୁକ୍ତ ଚନ୍ଦନ ଅଭିମନ୍ୟୁଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଅତିରିକ୍ତ ପିପି ସଲିଳ କୁମାର ପ୍ରଧାନ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ଓଡିଆ ପୁଅଙ୍କ କମାଲ: ସୋନପୁରର ରାଜ୍‌…

ଭୁବନେଶ୍ୱର,୨।୧୧: ବଲିଉଡ୍‌ରେ ଓଡିଆ ପୁଅଙ୍କ କମାଲ। ଭୁଲଭୁଲେୟା-ଥ୍ରୀରେ  ଯାଦୁ  ଦେଖାଇଛନ୍ତି ଓଡିଆ ପୁଆ। ଆସିଷ୍ଟାଣ୍ଟ ଡିରେକ୍ଟର ବା ସହ ନିର୍ଦ୍ଦେଶକ ଭାବେ କାମ କରି ସୋନପୁର...

ଆମ୍ବଟାକୁଆ ଖାଇ ୨ ମୃତ୍ୟୁ ଘଟଣା: ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତା ନେଇ ଅଭିଯୋଗ ଆଣିଲେ ଏହି ବିଜେଡି ନେତା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ମାଣ୍ଡିପାଙ୍କାରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ଆସିବ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨ା୧୧: ଶନିବାର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ନଭେମ୍ବର ଶେଷ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି...

ଘନେଇଲାଣି ଆଉ ଏକ ବାତ୍ୟା ଭୟ! ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର,୨।୧୧:ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ...

ଗାଁକୁ ପଶି ଆସିଲା ହାତୀଛୁଆ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍‌ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି...

ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ

କେନ୍ଦୁଝର,୨ା୧୧: ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲା ଚମ୍ପୁଆ ସୀମା ଝାଡ଼ଖଣ୍ଡସ୍ଥିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗ ଭଙ୍ଗା ଘଟଣାରେ...

ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଆଜି ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା

ଜୟପୁର,୨।୧୧: ଜିଏସ୍‌ଟି ବିଭାଗର ଚଢାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି ବୋଲି ଜୟପୁର ଚାମ୍ବର ଅଫ କର୍ମସ ଅଭିଯୋଗ କରିଛି । ଏହାକୁ ନେଇ...

ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର

ହେମଗିର,୨,୧୧(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ କନ୍ଦାଧୁଡା ଓ ଟପରିଆ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପଛରୁ ଧକ୍କା ଦେଲା ମାରୁତି ଇକୋ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri