Categories: ଜାତୀୟ

ଅଭିଯୁକ୍ତ ବଳାତ୍କାରୀଙ୍କୁ ଏନ୍‌କାଉଣ୍ଟର ଦ୍ୱାରା କରାଯାଇନି ନ୍ୟାୟ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର  ପ୍ରତିଶୋଧ ପରାୟଣ ହୋଇ କରାଯାଇଛି। ଏହି ଘଟଣାରେ ନ୍ୟାୟ କରାଯାଇ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ କହିଛନ୍ତି। ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଏଭଳି ନ୍ୟାୟ ଦେଶର ଆଇନ ବ୍ୟବସ୍ଥା ପାଇଁ ଠିକ୍‌ ନୁହେଁ। ପ୍ରତିଶୋଧ ପରାୟଣ ହୋଇ ନ୍ୟାୟ କରାଗଲେ ଏହାର ମୌଳିକତା ନଷ୍ଟ ହୋଇଯିବା ସ୍ବାଭାବିକ। ଏହା ଦ୍ୱାରା ଆଇନର ମୂଳ ସ୍ବରୂପ ହଜି ଯାଇଥାଏ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।

Share