ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍‌ନେମ୍‌ର ଲୋକେ

ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା। ପ୍ରାୟ ୭ଶହ ଲୋକ ଏହି ଗାଁରେ ରହୁଥିବା ବେଳେ ସମସ୍ତଙ୍କ ସର୍‌ନେମ୍‌ ‘ଚରବାଡିଆ’। କୁହାଯାଏ ଯିଏ ବି ଏହି ଗାଁରେ ରହିବାକୁ ଇଚ୍ଛା କରନ୍ତି ସମସ୍ତେ ‘ଚରବାଡିଆ’ ସର୍‌ନେମ୍‌ ରଖିବାକୁ ବାଧ୍ୟ। କାରଣ ଗାଁ ଲୋକଙ୍କ ମତରେ କିଛିବର୍ଷ ପୂବେ ଏଠାରେ ଭିନ୍ନ ସର୍‌ନେମ୍‌ରେ ଗୋଟିଏ ପରିବାର ରହୁଥିଲେ। ହେଲେ ସମୟକ୍ରମେ ସେମାରେ ରୋଗଗ୍ରସ୍ତ ହେବାରୁ ବାଧ୍ୟ ହୋଇ ଗାଁ ଛାଡି ଚାଲି ଯାଇଥିଲେ। ମୋରବି ଜିଲାର ବାଙ୍କାନେରଠାରୁ ୧୩ କିଲୋମିଟର ଦୂର ‘ଚରବାଡିଆ’ ଲୋକଙ୍କ ବୋକାଡତମ୍ବା ଗାଁ ରହିଛି। ଗତ ପ୍ରାୟ ଶହେ ବର୍ଷ ହେବ ଏଠାରେ ଗୋଟିଏ ସର୍‌ନେମ୍‌ର ଲୋକେ ରହି ଆସୁଛନ୍ତି। ‘ଚରବାଡିଆ’ ସର୍‌ନେମ୍‌ ନ ରଖୁଥିବା ଲୋକଙ୍କୁ ଏହି ଗାଁକୁ ଆସିବାକୁ ବାରଣ କରାଯାଇଥାଏ। ଗାଁର ଜଣେ ବୟସ୍କ ବ୍ୟକ୍ତି ଘନଶ୍ୟାମ ମହାରାଜ କୁହନ୍ତି ଏହା ହେଉଛି ଏକ ଅଭିଶପ୍ତ ଗାଁ। ଏଠାରେ ଲୋକେ ସର୍‌ନେମ୍‌ ‘ଚରବାଡିଆ’ ନ ରଖିଲେ ଗାଁକୁ ବିପଦ ପଡିଥାଏ। ଅନ୍ୟଜଣେ ୮୫ ବର୍ଷୀୟ ମଙ୍ଗବପା ଚରବାଡିଆ କୁହନ୍ତି, ହଜାରେ ବର୍ଷ ପୂର୍ବେ ବାଙ୍କାନେରର ଶାସକ ୪ଜଣ ଭାଇଙ୍କୁ ଏହି ଗାଁରେ ରଖିଥିଲେ। ଆଉ ସେବେଠାରୁ ଏହି ଗାଁରେ କେବଳ ସେହି ୪ ଭାଇଙ୍କର ବଂଶଜମାନେ ରହୁଥିବାରୁ ସମସ୍ତଙ୍କର ଗୋଟିଏ ସର୍‌ନେମ୍‌ ରହିଛି।

Share