ଅଭିଶାପ ପାଲଟିଛେ ଜୀବନ୍‌:ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା,୧୦।୭ (ଡି.ଏନ୍‌.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ମହିଲା ସଶକ୍ତିକରନ ଉପରେ ଗୁରୁତ୍‌ ଦେଉଛନ୍‌। ଇଥିରଲାଗି ସବୁକ୍ଷେତ୍‌ରରେ ମହିଲାମାନକର ଭୂମିକାକେ ଗୁରୁତ୍‌ ଦିଆଯାଉଛେ। ସେଥିରଲାଗି ଆଇନ୍‌ କାନୁନ୍‌ ଠାନୁ ଆରମ୍‌ କରି ଅନେକ ସରକାରୀ ଯୋଜନା କାଯ୍‌କାରୀ ହେଉଛେ। ହେଲେ ଏହେଦେ ବି ଅନେକ ଜାଗାରେ ମହିଲାମାନେ ଅବହେଲିତ ହେଉଛନ୍‌, ହକ୍‌ଦାର ଥାଇ ସରକାରୀ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ଗଁାର ଉପର ପଡ଼ାରେ।
ସୂଚନା ହିସାବେ ବାଙ୍କିଘିର୍ଡ଼ି ଗଁାର ଉପରପଡ଼ାର ଗୋବିନ୍ଦ ଚାଉଁରକଁର ଝି’ ସଂଯୁକ୍ତା। ସେ ଆଏଜ୍‌କେ ୨୪ ବଛର ତଲେ ଡୁଙ୍ଗୁରିପାଲି ବ୍ଲକ ରାମପୁରର ନରସିଂହ ଜାଲକଁର ବଡ଼ଖା ପୁଓ ରାମଲାଲକୁଁ ବିହା ହେଇଥିଲେ। ବନେ ବଛର କେତେ ତାକର ପାରିବାରିକ ଜୀବନ୍‌ ସୁଖ୍‌ ଶିଅଁାତିରେ ବିତିଗଲା। ୧୯୯୮ ସାଲେ ପୁଓ ସିକନ୍ଦର ଜନମ୍‌ ହେଇଥିଲେ। ହେଲେ ଜନମବେଲୁ ତାକର ଶାରୀରିକ୍‌ ଗଠନ୍‌ ଠିକ୍‌ ନାଇଁଥାଇ। ସେଥିରଲାଗି ପରିବାର ଲୋକ୍‌ ପୁଓକେ ଭିନେ ଭିନେ ଡାକ୍‌ତରଖାନା ନେଇ ଚିକିସତ୍ା କରେଇ ନିରାଶ ହେଲେ। ଶେଷେ ସିକନ୍ଦରର ଦୁଇ ଗୋଡ଼ ଆର ଭୁଜନି ହାତ୍‌ ଅଚଲ ହେଇଗଲା। ପୁଓର ଶାରୀରିକ୍‌ ସମସିଆକେ ନେଇ ଆମର ଦୁଇ ମାଏଝି ମୁନୁଷ ଭିତରେ ଫିଦିନ୍‌ ଗାଲିଗୁଲମାଲ ହେଉଥିଲା। ଶେଷେ ଇ ସବୁ ସହି ନାଇଁପାରି ମୁଇଁ ପୁଓକେ ଧରି ବାପ୍‌ ଘର ବାଙ୍କିଘିର୍ଡିକେ ପଲେଇ ଆଇଲି ବଲି ସଂଯୁକ୍ତା କହିଛନ୍‌। ସେ ଗଁାରେ କୁଲି ମଜୁରି କରି ପୁଓକେ ପାଠ୍‌ ପଢ଼ାବାର ସଂଗେ ତାକର ଚିକିସତ୍ା କରଉଥିଲେ। ହେଲେ ପଛେ ଅଭାବ ଅନାଟନ ଲାଗି ପୁଓର ଚିକିସତ୍ା କରେଇ ନାଇଁପାରଲାରୁ ୩ ବଛର ତଲେ ତାକର ମୁରତୁ ହେଇଥିଲା। ଇଆଡ଼େ ସଂଯୁକ୍ତା ବାପ୍‌ ଘରେ ଛାର୍‌ରି ଜୀବନ୍‌ ବିତଉଥିଲେ ବି ଆଏଜ୍‌ତକ ସବୁ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଯେତେ ଜଲଦି ହେବା ଥାନୀୟ ପରଶାସନ ନିସାହା ସଂଯୁକ୍ତା ଉପରେ ଦୁରୁଷ୍‌ଟି ଦେଇ ସରକାରୀ ନିୟମ ଅନ୍‌ସାରେ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚରାଲାରୁ ଘଟନା ବାବ୍‌ଦେ ମୁଇଁ ଅଭିଯୋଗ ନାଇଁପାଇ। ନିହାତି ଭାବେ ସଂଯୁକ୍ତାକୁଁ ରାଶନ କାର୍ଡ ଆର ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାଙ୍କିଘିର୍ଡ଼ି ପଁଚେତ୍‌ର କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ଶତପଥୀକୁଁ ପଚରାଲାରୁ ଯେତେ ଜଲଦି ହେବା ସଂଯୁକ୍ତା କେନ୍‌ଥେଇ ରାଶନ କାର୍ଡ ଆର ଭତା ପାଏବେ ସେ ଦିଗେ କାଗଜପତର କରି ବ୍ଲକକେ ଦିଆଯିବା ବଲି ସେ କହିଥିଲେ।