ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ଟ୍ରୋଲର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ। ଫଳରେ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥାଏ। ଠିକ୍‌ ଏଭଳି ଏକ ଘଟଣା ସୋମବାର ଘଟିଛି। ଅଭିଷେକ ନିଜର ଟୁଇଟର ଆକାଉଣ୍ଟରେ ଏକ ମୋଟିଭେସ୍‌ନାଲ(ପ୍ରେରଣାଦାୟକ) ଫଟୋ ଶେୟାର କରିଥିଲେ। ଜୀବନରେ ଗୋଟିଏ ଉଦ୍ଦେଶ୍ୟ ରଖ। ଗୋଟିଏ ଲକ୍ଷ୍ୟ ରଖ। ସେ ବି ଏପରି କିଛି ଅସମ୍ଭବ କାମ ଯାହାକୁ ତୁମେ ପୂରଣ କରିବାକୁ ଚାହିଁବ। ପରେ ତାହା ଅସମ୍ଭବ ନୁହେଁ ବୋଲ ଦୁନିଆକୁ ଜଣାଅ ବୋଲି ସେଥିରେ ଲେଖାଥିଲା। ଏହାକୁ ନେଇ ଟ୍ରୋଲ୍‌ ହୋଇଥିଲେ ଅଭିଷେକ। ଜଣେ ବ୍ୟବହାରକାରୀ ଏଥିରେ କମେଣ୍ଟ ଦେଇ ଲେଖିଥିଲେ, ସୋମବାର ଯଦି କୌଣସି ମଣିଷ ଖୁସି ରହିଥାଏ ତେବେ ସେ ବେରୋଜଗାର ବୋଲି କୁହାଯାଏ।

ସବୁବେଳେ ଚୁପ୍‌ ରହିଆସିଥିବା ଅଭିଷେକ ଏହାର ଜବାବ ଦେଇ କହିଥିଲେ, ମୁଁ ଏହା ମାନେ ନାହିଁ। ମୋ ମତରେ ସେ ଏଭଳି ଜଣେ ବ୍ୟକ୍ତି, ଯାହା ସେ କରେ ତାକୁ ପସନ୍ଦ କରିଥାଏ। ଏହି ଜବାବକୁ ଲୋକମାନେ ପସନ୍ଦ କରୁଛନ୍ତି। ଅଭିଷେକଙ୍କ କାମ ବିଷୟରେ ଯଦି କଥାହେବା ତେବେ ସେ ଖୁବ୍‌ଶୀଘ୍ର ଅନୁରାଗ ବାସୁଙ୍କ ଚଳଚ୍ଚିତ୍ରରେ ନଜର ଆସିବେ। ଏହାବ୍ୟତିତ କୁକି ଗୁଲାଟିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ‘ଦ ବିଗ୍‌ ବୁଲ’ରେ ମଧ୍ୟ ନଜର ଆସିବେ।

Share