Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ: ଫର୍ମକୁ ଫେରିଲେ ପନ୍ତ, ମୟଙ୍କ

ହାମିଲଟନ, ୧୬।୨(ପି.ଟି.)- ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଭାରତ ଓ ନ୍ୟୁଜିଲାଣ୍ଡ ଏକାଦଶ ମଧ୍ୟରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଜନ୍ମ ଦିନରେ ଓପନର ମୟଙ୍କ ଅଗ୍ରଓ୍ବାଲ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଦ୍ୱିତୀୟ ଇନିଂସରେ ଉନ୍ନତ ବ୍ୟାଟିଂ କରି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି। ପ୍ରଥମ ଇନିଂସରେ ପନ୍ତ ଓ ମୟଙ୍କ ବିଫଳ ହୋଇଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳି ଭଲ ଅଭ୍ୟାସ କରିଛନ୍ତି। ତୃତୀୟ ତଥା ଅନ୍ତିମ ଦିବସର ଲଞ୍ଚ୍‌ର ଠିକ୍‌ ଅଧଘଣ୍ଟା ପରେ ମ୍ୟାଚ୍‌ ଶେଷ ହେଲା ବୋଲି ଘୋଷଣା କରାଯାଇଥିଲା। ସେତେବେଳକୁ ଭାରତ ୪୮ ଓଭରରେ ୪ ଉଇକେଟ ହରାଇ ୨୫୨ ରନ ସଂଗ୍ରହ କରିଥିଲା। ଅଭିଜ୍ଞ ରିଦ୍ଧିମାନ ଶାହ ୩୦ ଓ ରବିଚନ୍ଦ୍ରନ ଅଶ୍ୱିନ ୧୬ ରନ କରି ଅପରାଜିତ ରହିଥିଲେ।
ଶନିବାରର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୫୯/୦ରୁ ଭାରତ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ତଥା ଓପନର ପୃଥ୍ବୀ ଶ ୩୫ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ଅଧିକ ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ୬ ଚୌକା ଓ ୧ ଛକା ସହ ୩୧ ବଲରୁ ୩୯ ରନ କରି ସେ ଡାରିଲ ମିଚେଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେହିପରି ୨୩ ରନରୁ ଖେଳ ଆରମ୍ଭ କରି ମୟଙ୍କ ୮୧ ରନର ପାଳି ଖେଳି ରିଟାୟାର୍ଡ ହର୍ଟ ହୋଇଥିଲେ। ସେ ପ୍ୟାଭିଲିୟନ ଫେରିବା ପୂର୍ବରୁ ୯୯ଟି ବଲ୍‌ର ସମ୍ମୁଖୀନ ହୋଇ ସେ ୧୦ ଚୌକା ଓ ୩ ଛକା ମାରିଥିଲେ। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ମୟଙ୍କ ଦୁର୍ବଳ ଫର୍ମ ଦେଇ ଗତି କରିଆସୁଥିଲେ। ମୟଙ୍କଙ୍କ ଫୁଟଓ୍ବାର୍କରେ ବେଶ୍‌ ଉନ୍ନତି ଦେଖିବାକୁ ମିଳିଥିଲା ଓ ପଡିଆର ଚତୁର୍ଦିଗକୁ ଶଟ୍‌ମାନ ଖେଳିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ମୟଙ୍କ ୧୦ଟି ପ୍ରତିଯୋଗତାମୂଳକ ମ୍ୟାଚ୍‌ ଖେଳିଥିଲେ। ଏଥିରେ ପ୍ରଥମଶ୍ରେଣୀ, ଦିନିକିଆ ଓ ଲିଷ୍ଟ ଏ ମ୍ୟାଚ୍‌ ସାମିଲ ଥିଲା। ତେବେ ସେ କୌଣସି ମ୍ୟାଚ୍‌ରେ ୪୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରି ନ ଥିଲେ। ମୟଙ୍କ ଓ ପନ୍ତ ୧୪.୩ ଓଭରରେ ୧୦୦ ରନ ସଂଗ୍ରହ କରିଥିଲେ। ସେହିପରି ପ୍ରଥମ ଉଇକେଟ ମୟଙ୍କ ଓ ପୃଥ୍ବୀ ୭୨ ରନ ସଂଗ୍ରହ କରିଥିଲେ। ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ପୁଣିଥରେ ବିଫଳ ହୋଇଛନ୍ତି। ସେ ମାତ୍ର ୮ ରନକରିଥିବା ବେଳେ ମିଚେଲଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ପନ୍ତ ଚମ୍‌ତ୍କାର ପ୍ରଦର୍ଶନ କରିଥିଲେ। ୬୫ଟି ବଲର ସମ୍ମୁଖୀନ ହୋଇ ୪ଟି ଲେଖାଏ ଚୌକା ଓ ଛକା ସହ ୭୦ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ପନ୍ତ ଫର୍ମକୁ ଫେରିବା ଟିମ୍‌ ମ୍ୟାନେଜମେଣ୍ଟ ସାମାନ୍ୟ ଅସ୍ବସ୍ଥି ହୋଇଛି। ସେ ଲେଗ୍‌ ସ୍ପିନର ଇଶ୍‌ ସୋଧି ଓ ଅଫ୍‌ ସ୍ପିନର ହେନେରୀ କୁପରଙ୍କ ବଲ୍‌ରେ ଦୁଇଟି ଲେଖାଏ ଛକା ମାରିଥିଲେ। ପନ୍ତ ଆକ୍ରମଣାତ୍ମ ଶୈଳୀରେ ଖେଳିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ଏକାଦଶ ତରଫରୁ ମିଚେଲ ୩ଟି ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ୯ ଜଣ ଖେଳାଳି ବୋଲିଂ କରିଥିଲେ ମଧ୍ୟ କେବଳ ମିଚେଲ ସଫଳ ହୋଇଥିଲେ।
ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମ ଇନିଂସରେ ହନୁମା ବିହାରୀଙ୍କ ୧୦୧ ରନର ଶତକୀୟ ପାଳି ବଳରେ ୭୮.୫ ଓଭରରେ ୨୬୩ ରନକରି ଆଉଟ ହୋଇଥିଲା। ଜବାବରେ ନୁଜ୍ୟଲାଣ୍ଡ ଏକାଦଶ ୭୪.୨ ଓଭରରେ ୨୩୫ ରନ କରି ଅଲଆଉଟ ହୋଇ ୨୮ ରନ ପଛରେ ପଡିଥିଲା। ୨୧ ତାରିଖରୁ ଓ୍ବେଲିଂଟନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଭାରତ ଏହାପୂବରୁ ଟି୨୦ ସିରିଜରେ ୫-୦ରେ ବିଜୟୀ ହୋଇଥିଲେ ମଧ୍ୟ ଦିନିକିଆ ସିରିଜରେ ୩-୦ରେ ପରାସ୍ତ ହୋଇଥିଲା। ତେବେ ଆଗାମୀ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୭୮.୫ ଓଭରରେ ୨୬୩ରେ ଅଲଆଉଟ।
ନ୍ୟୁଜିଲାଣ୍ଡ ଏକାଦଶ ପ୍ରଥମ ଇନିଂସ- ୭୪.୨ ଓଭରରେ ୨୩୫ ଅଲଆଉଟ।
ଭାରତ ଦ୍ୱିତୀୟ ଇନିଂସ- ୪୮ ଓଭରରେ ୨୫୨/୪
(ମୟଙ୍କ- ୮୧, ପନ୍ତ- ୭୦, ପୃଥ୍ବୀ- ୩୯, ରିଦ୍ଧିମାନ- ୩୦*, ଅଶ୍ୱିନ- ୧୮*, ମିଚେଲ ୩/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri