ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍‌ର ଡୁଡୁଲ: ଡିଡିଏଲ୍‌ଜେ ଲୁକ୍‌କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଲୁକ୍‌କୁ ନେଇ ଡୁଡୁଲ କରିଛି ଗୁଗଲ। ଫିଲ୍ମରେ ଅମରେଶ କାଜୋଲଙ୍କ ବାପା ଚୌଧୁରୀ ବଳଦେବ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କର ‘ଜା ସିମରନ୍‌ ଜା, ଜିଲେ ଅପନି ଜିନ୍ଦେଗୀ’ ଡାଇଲଗ୍‌ ବେଶ୍‌ ଲୋକପ୍ରିୟ ହୋଇଥିଲା।

ଅମରେଶ ୧୯୩୨ ମସିହା ଆଜିର ଦିନରେ ପଞ୍ଜାବର ନବନ ସହରରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ଜୀବନ ଆରମ୍ଭ ପରଠାରୁ ସେ ବିଶେଷଭାବେ ଖଳନାୟକ ଭୂମିକା କରି ଲୋକପ୍ରିୟ ହୋଇଥିଲେ। ଅମରେଶଙ୍କ ଅଭିନୟ ଜୀବନରେ ମୋଗାମ୍ବୋ ଚରିତ୍ରଟି ବେଶ ବାହାବା ସାଉଁଟିଥିଲା।

୨୦୦୫ ଜାନୁଆରୀ ୧୨ରେ ତାଙ୍କର ପରଲୋକ ହୋଇଥିଲା। ସେତେବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ତାଙ୍କର ଦୁଇଟି ସନ୍ତାନ ରାଜୀବ ପୁରୀ ଓ ନମ୍ରତା ପୁରୀ ଅଛନ୍ତି।

Share