ଅମରେଶ ହତ୍ୟା ମାମଲା : ରାଜଧାନୀ ବାହାରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଏୟାରଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗିସ୍ଥିତ ଏକାମ୍ର କଲେଜ ପଛପଟେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଆଉ ଜଣଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌ ରାଜଧାନୀ ବାହାରୁ ଗିରଫ କରିଛି। ଇତିମଧ୍ୟରେ ମୋଟ ୬ଜଣ ଅଭିଯୁକ୍ତଙ୍କୁ କାବୁ କରାଗଲାଣି। ଫେରାର ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ୫ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରୁନାହଁି। ଏମାନେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ କେତେଜଣ ପ୍ରତ୍ୟକ୍ଷଦର୍ଶୀ ତଥା ଅମରେଶଙ୍କ ସାଙ୍ଗ କହିଛନ୍ତି। ତେଣୁ ପୋଲିସର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ଉପରେ ଚାପ ପଡୁଥିବା ସାଧାରଣରେ ଚର୍ଚ୍ଚା ଚାଲିଛି। ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଅମରେଶଙ୍କ ସାଙ୍ଗମାନେ ଲୋୟର ପିଏମ୍‌ଜିରେ ଧାରଣା ଦେବେ ବୋଲି କହିଛନ୍ତି।

Share