Categories: ଜାତୀୟ

ପରଲୋକରେ ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା: ଶୋକ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା,୮।୧୧:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା ଦେବ ସେନ୍‌ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ପାଖରେ ଦୁଇ ଝିଅ ଅନ୍ତରା ଏବଂ ନନ୍ଦନା ଉପସ୍ଥିତ ଥିଲେ। ନବନୀତା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ।

Share