ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.) : ଭାରତ-ଚାଇନା ସୀମାରେ ଶହୀଦ ହୋଇଥିବା ଓଡ଼ିଶା ମାଟିର ଦୁଇ ବୀରପୁତ୍ର ଯଥା କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଯବାନ ନନ୍ଦୁରାମ ସୋରେନଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାରର ‘ଲ’ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସଂଗଠନର ସଭାପତି ସୁଶାନ୍ତ କୁମାର ନାୟକ, ମାନସ କୁମାର ସାହୁ,ପ୍ରକାଶ କୁମାର ନାୟକ,ପରୀକ୍ଷିତ ଲେଙ୍କା,ଅଜିତ୍‌ କୁମାର ସ୍ବାଇଁ, ଜୟନ୍ତୀ ନାଥ, ରଞ୍ଜିତ ସାହୁ ପ୍ରମୁଖ କର୍ମକର୍ତ୍ତା ପୌରପାଳିକାର ୧୭ନଂ ୱାର୍ଡ ନୂଆସାହିଠାରେ ଥିବା ଶହୀଦ ସ୍ମୃତିସ୍ତମ୍ଭ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଶହୀଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ମିନିଟ୍‌ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।