ଅମାନିଆଙ୍କଠାରୁ ୧ଲକ୍ଷ ୩୪ହଜାର ଜୋରିମାନା ସଂଗ୍ରହ

ଭଦ୍ରକ ଅଫିସ,୭।୫: ଭଦ୍ରକ ଜିଲାର ସମସ୍ତ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଅମାନିଆଙ୍କଠାରୁ ୧ଲକ୍ଷ ୩୪ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି। ସେଥିମଧ୍ୟରେ ୫୧ଜଣଙ୍କଠାରୁ ମାସ୍କ ପିନ୍ଧି ନ ଥିବା ବାବଦକୁ ୧୧,୨୦୦ ଟଙ୍କା ସଂଗ୍ରହ ହୋଇଥିବା ବେଳେ ୧୪୧ଟି ବାଇକ୍‌ରୁ ୧ଲକ୍ଷ ୨୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଭଳି ମୋଟ ୧ଲକ୍ଷ ୩୪ହଜାର ୨୦୦ ଟଙ୍କା ଜରିମାନା ସଂଗ୍ରହ କରାଯାଇଥିବା ନେଇ ଜିଲା ପୋଲିସ ପକ୍ଷରୁ ସୂଚନା ମିଳିଛି।