କୁଆମରା, ୬।୫(ଡି.ଏନ.ଏ.)-ଅମାନିଆଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଖୁଣ୍ଟା ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ବିନା ହେଲମେଟ ଓ ମାସ୍କ ପିନ୍ଧି ନ ଥିବା ବାଇକ ଚାଳକଙ୍କ ଉପରେ ବୁଧବାର ପୁରୁଣା ବାରିପଦା ବଜାରଠାରେ ଜୋରଦାର ଚେକିଂ କରାଯାଇଥିଲା। ଏସଆଇ ସୌମ୍ୟ ରଞ୍ଜନ ଭୋଳଙ୍କ ତତ୍ତ୍ୱାବଧାନରେ ମୋଟ ୧୮ ଜଣଙ୍କଠାରୁ ୯୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା।