ଅମାନିଆଙ୍କୁ ଦଣ୍ଡ: ଭଦ୍ରକ ସହରରେ ଶତାଧିକ ବାଇକ ଜବତ, ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ

ଭଦ୍ରକ ଅଫିସ, ୭ା୪- ଭଦ୍ରକ ଟାଉନ ପୋଲିସ ଦ୍ୱାରା ମଙ୍ଗଳବାର ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ବାଇକ ଜବତ କରାଯାଇଛି। ପ୍ରଶାସନିକ କଟକଣା ସତ୍ତ୍ୱେ ବାଇକ୍‌ଧାରୀମାନେ ବଜାରରେ ପ୍ରବେଶ କରି ଅଯଥାରେ ଭିଡ଼ ଜମାଉଥିବା କାରଣରୁ ପୋଲିସ ଏହି ବାଇକ୍‌ଗୁଡ଼ିକ ଜବତ କରିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨ ହଜାର ଟଙ୍କା ଲେଖାଏ ଜରିମାନା ସଂଗ୍ରହ ପରେ ଉକ୍ତ ବାଇକ୍‌ଗୁଡ଼ିକ ଛଡ଼ାଯାଇଛି।