ଅମାନିଆ ବାଇକ ଚାଳକଙ୍କୁ ଜରିମାନା, ପୋଲିସର ଟିପ୍ସ

ଜୁନାଗଡ, ୨।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଥିବା ବାଇକ ଚାଳକଙ୍କୁ ପୋଲିସ ଧରପଗଡ କରୁଛି। ପରେ ସେମାନଙ୍କୁ ଥାନା ପରିସରରେ ଜୁନାଗଡ ଥାନାଧିକାରୀ ଉତ୍ତମ କୁମାର ସାହୁ କରୋନା ସମ୍ପର୍କରେ ସଚେତନ କରିବା ସହ ଅଯଥାରେ ଏଣେତେଣେ ନ ବୁଲିବା ପାଇଁ ଟିପ୍ସ ଦେଉଛନ୍ତି। ଏହାସହ ଧରା ପଡିଥିବା ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଦ୍ୟାବଧି ଲକ୍‌ଡାଉନ କଟକଣା ଉଲ୍ଲଂଘନ କରିଥିବା ବାଇକ ଚାଳକଙ୍କଠାରୁ ୧ଲକ୍ଷ ୧୬ ହଜାର ଜରିମାନା ଆଦାୟ କରାଯାଇଛି। ସେହିପରି ଶୁକ୍ରବାର ବିନା ମାସ୍କରେ ବୁଲୁଥିବା ୧୦ଜଣଙ୍କଠାରୁ ୨୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Share