ଅମିତାଭଙ୍କ ଫଟୋ ଦେଖି ରେଖା କହିଲେ ଡେଞ୍ଜର ଜୋନ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା ରେଖା ଓ ନାୟକ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏମାନଙ୍କ ପ୍ରେମ, ବିବାହର ରୂପ ନେଇପାରି ନ ଥିବା ବେଳେ ଏବେବି ଏହା କେବେ କେବେ ଆଲୋଚନାର ପରିସରକୁ ଚାଲିଆସିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିବା ପରେ କେହି ନ ହସି ରହି ପାରୁ ନାହାନ୍ତି। ଉକ୍ତ ଭିଡିଓରେ ଅମିତାଭଙ୍କ ଫଟୋ ଦେଖି ରେଖା ଏମିତି ମଜା କରିଛନ୍ତି ଯାହାକୁ ଦେଖିଲେ ଆପଣାଛାଏଁ ସମସ୍ତେ ହସି ପକାଉଛନ୍ତି। ନିକଟରେ ଖ୍ୟାତନାମା ଫଟୋଗ୍ରାର ଡବ୍ବୁ ରତନାନୀଙ୍କ ଚଳିତ ବର୍ଷ ଅର୍ଥାତ୍‌ ୨୦୨୦ର କ୍ୟାଲେଣ୍ଡର ଲଞ୍ଚିଙ୍ଗ ସେରିମନିରେ ବହୁ ବଲିଲଡ୍‌ ସେଲିବ୍ରିଟି ଯୋଗ ଦେଇଥିଲେ। ଏହି ସମୟରେ ରେଖା ଫଟୋ ପାଇଁ ପୋଜ୍‌ ହେବା ସମୟରେ ତାଙ୍କ ପଛରେ ଅମିତାଭଙ୍କ ଫଟୋ ଥିବା ଦେଖିଥିଲେ। ଆଉ ମଜା କରିବାକୁ କହିଥିଲେ ଏହା ଡେଞ୍ଜର ଜୋନ୍‌। ଏହା କହିବା ସହ ରେଖା ସେଠାରୁ ପଳାଇ ଯାଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣିଥରେ ରେଖା-ଅମିତାଭଙ୍କ ପ୍ରେମ କାହାଣୀ ଚର୍ଚ୍ଚାକୁ ଆସିଛି।

Share