ଅମିତାଭଙ୍କ ରେକର୍ଡ ଭାଙ୍ଗିଲେ ଆୟୁଷ୍ମାନ୍‌

ରାଜେଶ ଖାନ୍ନାଙ୍କ ପରେ ଲଗାତାର ୭ଟି ହିଟ୍‌ ଫିଲ୍ମ ଦେଇ ଆୟୁଷ୍ମାନ୍‌ ଖୁରାନା ହିନ୍ଦୀ ସିନେମା ଜଗତରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ଆୟୁଷ୍ମାନ୍‌ ଅମିତାଭ୍‌ ବଚ୍ଚନଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ୬ଟି ହିଟ୍‌ ଫିଲ୍ମର ରେକର୍ଡ ବି ଭାଙ୍ଗିଛନ୍ତି। ଆୟୁଷ୍ମାନଙ୍କ ନୂଆ ଫିଲ୍ମ ‘ବାଲା’ ତାଙ୍କର କ୍ୟାରିୟରରେ ସବୁଠୁ ବଡ଼ ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମ ଆୟୁଷ୍ମାନ୍‌ଙ୍କୁ ଏକ ନୂଆ ନାଁରେ ପରିଚୟ ଦେଇଛି। ଲୋକେ ତାଙ୍କୁ ପ୍ୟାରିସ୍‌ ପଥର କହୁଛନ୍ତି। କାରଣ ସେ ଯେଉଁ ଫିଲ୍ମରେ ପାଦ ଦେଉଛନ୍ତି ତାହା ହିଟ୍‌ ହୋଇଯାଉଛି। ବକ୍ସ ଅଫିସରେ ଫିଲ୍ମ ‘ବାଲା’ ଜବରଦସ୍ତ ହୋଇଛି।


ଫିଲ୍ମ ‘ସ୍ତ୍ରୀ’ରେ ଡେବ୍ୟୁ କରିଥିବା ଆୟୁଷ୍ମାନ୍‌ ନିର୍ଦ୍ଦେଶକ ଅମର କୌଶିକଙ୍କ ଫିଲ୍ମ ‘ବାଲା’ ୧୦ ଦିନ ତଳେ ୧୦ କୋଟି ୧୫ ଲକ୍ଷ ବ୍ୟବସାୟ କରିଛି। ଏହାପୂର୍ବରୁ ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ ‘ଡ୍ରିମ୍‌ ଗାର୍ଲ’ର ରେକର୍ଡ ମଧ୍ୟ ଭାଙ୍ଗିଛି ‘ବାଲା’। ଅମିତାଭ ୧୯୭୯-୮୦ରେ ଲଗାତାର ୬ଟି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବାବେଳେ ଏବେ ଏହି ରେକର୍ଡ ଭାଙ୍ଗିଛନ୍ତି ଆୟୁଷ୍ମାନ୍‌।

Share