ଅମିତାଭ୍‌ଙ୍କ ଦୀପାବଳି ପାର୍ଟିରେ ଐଶ୍ଚର୍ଯ୍ୟାଙ୍କ ମ୍ୟାନେଜରଙ୍କ ଲେହେଙ୍ଗାରେ ଲାଗିଲା ନିଆଁ : ବଞ୍ଚାଇଲେ ଶାହରୁଖ୍‌

ମୁମ୍ବାଇ,୩୦।୧୦: ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଏକ ଅଘଟଣ ଘଟିଥିଲା। ସମସ୍ତେ ବାଣଫୁଟାଇବାରେ ମସଗୁଲ୍‌ ଥିବାବେଳେ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ତେବେ ଏହା ଉପରେ କିଙ୍ଗ୍‌ ଖାଁ ଶାହରୁଖ୍‌ ଖାଁଙ୍କ ନଜର ପଡ଼ିଥିଲା। ସେ ଲେହେଙ୍ଗାରୁ ନିଆଁ ଲିଭାଇଥିଲେ। ଏବେ ଅର୍ଚ୍ଚନାଙ୍କୁ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨ ବର୍ଷ ଧରି ବିଗ୍‌ ବିଙ୍କ ଘରେ ଦୀପାବଳି ଉତ୍ସବ ପାଳିତ ହେଉ ନ ଥିଲା। ତେବେ ଚଳିତ ବର୍ଷ ଏହି ପାର୍ଟିରେ ବହୁ ବଲିଉଡ୍‌ ସେଲିବ୍ରିଟି ଯୋଗଦେଇଥିଲେ।

Share