Advertisement

ଅମିତାଭ୍‌ଙ୍କ ‘ବ୍ଲଗ’କୁ ପୂରିଲା ୧୨ ବର୍ଷ: କହିଲେ ଲେଖିବାରେ ଦିନଟିଏ କରୁ ନ ଥିଲେ ମିସ୍‌

ମୁମ୍ବାଇ: ସମଗ୍ର ଦେଶରେ ବର୍ତ୍ତମାନ ଚାଲିଛି ଲକ୍‌ଡାଉନ୍‌। ଏବେ ଘରୁ କେହି ବାହାରକୁ ବାହାରୁନାହାନ୍ତି। ଏହି ସମୟରେ ବଲିଉଡ୍‌ର ନାମୀଦାମୀ କଳାକାରମାନେ ମଧ୍ୟ ଘରେ ସମୟ ବିତାଇବା ସହ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କ ସହ ସବୁକିଛି ଶେୟାର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ମହାନାୟକ ଅମିତାଭ ବଚ୍ଚନ। ସେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ତାଙ୍କର ଏକ ପର୍ସନାଲ ବ୍ଲଗ ମଧ୍ୟ ଅଛି। ଯେଉଁଥିରେ ଅମିତାଭ ପ୍ରତିଦିନ କିଛି ନା କିଛି ଲେଖିଥାନ୍ତି। ଏହି ବ୍ଲଗ୍‌କୁ ଏବେ ୧୨ ବର୍ଷ ପୂରିଛି। ଯାହାକୁ ନେଇ ଅମିତାଭ ଟୁଇଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦିନଟିଏ ବି ଏଥିରେ ସେ ଲେଖା ବନ୍ଦ କରିନାହାନ୍ତି। ୨୦୦୮ ଏପ୍ରିଲ ୧୭ରେ ଅମିତାଭ ଏହି ବ୍ଲଗ ଆରମ୍ଭ କରିଥିଲେ। ଏଥିସହିତ ଅମିତାଭ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share