ଅମିତାଭ୍‌ ଅସୁସ୍ଥ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଅସୁସ୍ଥତା କାରଣରୁ ଯୋଗଦେଇ ପାରିବେ ନାହିଁ। ଏନେଇ ସେ ଟୁଇଟ କରି ଜଣାଇଛନ୍ତି। କିଛି ସପ୍ତାହ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୭୭ ବର୍ଷୀୟ ଅମିତାଭ୍‌ ସ୍ଲୋଭାକିଆରେ ନିଜ ଫିଲ୍ମ ‘ଚେହରେ’ ଶୁଟିଂ ଶେଷକରି ଫେରିଥିଲେ। ସେ ଅସୁସ୍ଥ ଥିବାରୁ ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି। ଚଳଚ୍ଚିତ୍ର ଉତ୍ସବରେ ଅମିତାଭ୍‌ଙ୍କୁ ‘ଦାଦା ସାହେବ୍‌ ଫାଲ୍‌କେ’ ପୁରସ୍କାରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା।

Share