ଅମିତାଭ ଛାଡ଼ିଥିଲେ ଏହି ଫିଲ୍ମ, ଅମୀର କହିବା ପରେ ପୁଣି ଫେରିଥିଲେ

ମୁମ୍ବାଇ: ଫିଲ୍ମ ‘ଝୁଣ୍ଡ୍‌’ରେ ଅମିତାଭ ବଚ୍ଚନ ଜଣେ ଅବସରପ୍ରାପ୍ତ ସ୍ପୋର୍ଟସ ପ୍ରଫେସର ଭୂମିକାରେ ଅଭିନୟ କରୁଥିଲେ। ଯିଏକି, ବସ୍ତିପିଲାଙ୍କୁ ଫୁଟବଲ୍‌ ଖେଳ ଶିଖାଉଥିଲେ। ଏକ ସୂତ୍ରରୁ ଜଣାପଡ଼ିଛି, ଅମିତାଭ କୌଣସି କାରଣ ବଶତଃ ଏହି ଫିଲ୍ମଟି ଛାଡ଼ି ଦେଇଥିଲେ। ମାତ୍ର ଅମୀର ଖାଁ ଅନୁରୋଧ କରିବାରୁ ସେ ପୁଣି ଫେରିଥିଲେ। କାରଣ ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେଙ୍କ ପ୍ରତି ଅମୀର ବହୁ ଆଶାବାଦୀ ଥିଲେ। ସେ ଚାହୁଁଥିଲେ ଅମିତାଭ ଏଥିରେ ଅଭିନୟ କରନ୍ତୁ। ନାଗପୁରରେ ୪୫ ଦିନ ଧରି ଫିଲ୍ମଟି ଶୁଟିଂ ହୋଇଥିଲା। ଏଠାରେ ଅମିତାଭ ଅସଲି ବସ୍ତିପିଲାଙ୍କ ସହ ସମୟ କାଟୁଥିଲେ। ଫିଲ୍ମଟି ବିଜୟ ବର୍‌ସେଙ୍କ ଜୀବନୀ ଉପରେ ଆଧାରିତ। ଯେଉଁଥିରେ ଅମିତାଭ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବିଗ୍‌ ବିଙ୍କ ବ୍ୟତୀତ ଫିଲ୍ମର ରିଙ୍କୁ ରାଜଗୁରୁ, ଆକାଶ ଠୋସର ମଧ୍ୟ ଅଭିନୟ କରିଥିଲେ।

Share