ଅମିତାଭ-ଜୟାଙ୍କ ବିବାହକୁ ପୁରିଲା ୪୭ ବର୍ଷ, ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ-ଜୟାଙ୍କ ଆଜି ୪୭ ତମ ବିବାହ ବାର୍ଷିକୀ। ତାଙ୍କୁ ଏ ନେଇ ପୁଅ ଅଭିଷେକ ଓ ଝିଅ ଶ୍ୱେତା ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ନିଜ ନିଜ ସୋସିଆଲ ପୃଷ୍ଠାରେ ଉଭୟଙ୍କ ବିବାହ ସମୟର ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହାଛଡ଼ା ନିଜେ ଅମିତାଭ ଜୟାଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି। ଏହାଛଡ଼ା ଉଭୟଙ୍କୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ବ୍ୟକ୍ତିଗତ ଜୀବନ ଛଡ଼ା ଅନ୍ୟ ବିଷୟରେ ଯଦି କଥା ହେବା ତାହା ହେଲେ ଅମିତାଭ ଫିଲ୍ମ ‘ଗୁଲାବୋ ସିତାବୋ’ରେ ନଜର ଆସିବେ। ଲକ୍‌ଡାଉନ୍‌ ଯୋଗୁ ସିନେମାହଲ୍‌ ବନ୍ଦ ରହିଥିବା ହେତୁ ଫିଲ୍ମଟି ଆମାଜନ୍‌ ପ୍ରାଇମ୍‌ରେ ରିଲିଜ କରାଯିବ। ଜୁନ୍‌ ୧୨ରେ ଏହା ରିଲିଜ ହେବ। ଫିଲ୍ମରେ ଅମିତାଭଙ୍କ ସହ ଆୟୁଷ୍ମାନ ଖୁରାନ୍ନା ନଜର ଆସିବେ। ଏହାଛଡ଼ା ଅମିତାଭ ଫିଲ୍ମ ଚେହେରେ, ଝୁଣ୍ଡ ଏବଂ ବ୍ରହ୍ମାସ୍ତ୍ରରେ କାମ କରିଛନ୍ତି।

Share