ଅମିତାଭ ବଚ୍ଚନଙ୍କୁ ନେଇ ଏମିତି ସ୍ବପ୍ନ ଦେଖିଥିଲେ ସ୍ମିତା ପାଟିଲ୍‌, ଯାହା ଗୋଟିଏ ଦିନ ପରେ ହୋଇଥିଲା ସତ

ବଲିଉଡ୍‌ ସବୁଠୁ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଶୁଭ ଜନ୍ମଦିନ। ନିଜ ଦମଦାର ଅଭିନୟ ପାଇଁଁ ହିନ୍ଦୀ ସିନେମା ଜଗତରେ ପରିଚିତ ଥିବା ସ୍ମିତାଙ୍କ ଫିଲ୍ମ କ୍ୟାରିୟର ୧୦ ବର୍ଷର ଥିଲେ ମଧ୍ୟ ସେ ନିଜ ଛାପ ଛାଡି ଯାଇଥିଲେ। ପୁଅ ପ୍ରତୀକର ଜନ୍ମ ହେବାର କିଛି ଦିନ ପରେ ୧୩ ଡିସେମ୍ବର ୧୯୮୬ରେ ସ୍ମିତାଙ୍କ ନିଧନ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲା। ସ୍ମିତା ପାଟିଲ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ‘ନମକ ହଲାଲ’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଅମିତାଭ ବଚ୍ଚନ ‘କୁଲି’ ଫିଲ୍ମର ଶୁଟିଂ କରୁଥିବାବେଳେ ଦିନେ ରାତି ୨ଟାରେ ତାଙ୍କୁ ଫୋନ କରିଥିଲେ ସ୍ମିତା ପାଟିଲ। ସାର୍‌ ଆପଣ ଠିକ୍‌ ଅଛନ୍ତି ତ? ସ୍ମିତାଙ୍କଠାରୁ ହଠାତ୍‌ ଏତିକି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅମିତାଭ। କଥା କ’ଣ କି ସେଦିନ ରାତିରେ ସ୍ମିତା ପାଟିଲ ଅମିତାଭଙ୍କୁ ନେଇ ଏକ ଖରାପ ସ୍ବପ୍ନ ଦେଖିଥିଲେ ଯାହା ପରଦିନ ସତ ହୋଇଥିଲା। ‘କୁଲି’ ଫିଲ୍ମ ଶୁଟିଂ ଚାଲିଥିବାବେଳେ ବଡ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଥିଲେ।

Share