ଅମିତାଭ ବଚ୍ଚନଙ୍କ ବର୍ଷା ଟିପ୍ସ: ଏହି ମନ୍ତ୍ର ଜପନ୍ତୁ, ମିଳିବ ଭଲ ଭଲ ଖାଦ୍ୟ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାନ୍ତି। ବେଳେବେଳେ ମଜା ମଜା କଥା କହି ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି। ନିକଟରେ ସେ ଏକ ମଜାକିଆ ମନ୍ତ୍ର ନିଜ ଟୁଇଟରରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏବେ ବର୍ଷା ଦିନ ଚାଲିଥିବାରୁ ଏହି ମନ୍ତ୍ର ଜପ କଲେ ଭଲ ଭଲ ଖାଦ୍ୟ ମିଳିବ ବୋଲି ସେ କ୍ୟାପ୍ସନରେ ଲେଖିଛନ୍ତି। ଅମିତାଭ ଲେଖିଥିବା ମନ୍ତ୍ରଟି ଏହିପରି..
‘ତ୍ୱମେବ ଭୁଟ୍ଟା ଚ ଭଜିୟା ତ୍ୱମେବ,
ତ୍ୱମେବ ପୋହା, ଜଲେବି ତ୍ୱମେବ।
ତ୍ୱମେବ କେଚୌରୀ ଚଟନୀ ତ୍ୱମେବ.
ତତତ୍ୱମେବ ସବଂ ମୁର୍ମୁରୀ ନେ ସେବ।’
ବିଗ୍‌ ବିଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଫ୍ୟାନମାନେ ମଧ୍ୟ ଖୁବ୍‌ ମଜାକିଆ ଢଙ୍ଗରେ ମେସେଜ୍‌ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ସାର୍‌ କୋଟିପତି ହେବାର ମନ୍ତ୍ର ଟିକେ କୁହନ୍ତୁ। ଆଉ କିଛି ୟୁଜର୍ସଙ୍କୁ ଅମିତାଭଙ୍କ ମନ୍ତ୍ରୀ ପସନ୍ଦ ଆସିନାହିଁ। ସେମାନେ ଲେଖିଛନ୍ତି ବିଗ୍‌ ବି ହିନ୍ଦୁ ଧର୍ମର ମନ୍ତ୍ରକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପନ କରିଛନ୍ତି।

Share