ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୩ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ଥିବା ଖବର କେବଳ ତାଙ୍କ ପରିବାର ଛଡା କାହାକୁ ଜଣା ନ ଥିଲା। ବଲିଉଡର କୌଣସି ସେଲିବ୍ରିଟିଙ୍କୁ ବି ନୁହେଁ। ସୂଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେବେଠାରୁ ତାଙ୍କୁ ଲିଭର୍‌ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରିଦେଇଛି।

Share