ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ କରୋନା ପଜିଟିଭ ଜଣାପଡ଼ିବା ପରଠାରୁ ପ୍ରଶଂସକମାନେ ପ୍ରାର୍ଥନାକରି ତାଙ୍କର ଆରୋଗ୍ୟ କାମନା କରୁଛନ୍ତି। ଏହି ସମୟରେ ବିଗ୍ବିଙ୍କୁ ନେଇ ଅନେକ ମଜାଦାର କଥା ମଧ୍ୟ ଶୁଣିବାକୁ ମିଳୁଛି। ବରେଲିର ଗୋବର୍ଦ୍ଧନ ନାମକ ଜଣେ ବ୍ୟକ୍ତି ଅମିତାଭଙ୍କର ବଡ଼ ପ୍ରଶଂସକ। ସେ ମଧ୍ୟ ଅଭିତାଭଙ୍କ ସୁସ୍ଥ କାମନାକରି ପ୍ରାର୍ଥନା କରୁଛନ୍ତି। ତେବେ ବିଶେଷ କଥା ହେଲା ଗୋବର୍ଦ୍ଧନ ବରେଲିର ଅମିତାଭ ଭାବେ ପରିଚିତ। ସେ ଦେଖିବାକୁ ବିଗ୍ବିଙ୍କ ଭଳି। ଖାଲି ସେତିକି ନୁହେଁ ଗୋବର୍ଦ୍ଧନ ବିଗ୍ ବିଙ୍କ ପରି ପୋଷାକ ପିନ୍ଧିବା ସାଙ୍ଗକୁ ତାଙ୍କପରି ଦାଢ଼ି ମଧ୍ୟ ରଖିଛନ୍ତି। ଗୋବର୍ଦ୍ଧନଙ୍କ ସ୍ତ୍ରୀ ତାଙ୍କ ପାଇଁ ପ୍ରତିବର୍ଷ କରବାଚୌଥ ବ୍ରତ ରଖୁଥିବା ବେଳେ ସେ କିନ୍ତୁ ଅମିତାଭଙ୍କ ପାଇଁ ଏହି ବ୍ରତି ରଖିଥାନ୍ତି। ଦୀର୍ଘ ୧୫ ବର୍ଷ ହେଲା ସେ ଅମିତାଭଙ୍କ ପାଇଁ ଏହି ବ୍ରତ ରଖୁଥିବା କହୁଛନ୍ତି। ଅମିତାଭ କାରୋନା ପଜିଟିଭ ଥିବା ଶୁଣିବା ପରଠାରୁ ସେ ଖାଇବା ପିଇବା ଭୁଲି ତାଙ୍କ ପାଇଁ ପୂଜାର୍ଚ୍ଚନା କରୁଛନ୍ତି। ଜୀବନ ଥିବା ପର୍ଯ୍ୟନ୍ତ ସେ ଅମିତାଭଙ୍କ ପାଇଁ ଏହି ବ୍ରତ ରଖିବେ ବୋଲି କହିଛନ୍ତି। ଗୋବର୍ଦ୍ଧନ ୨୦୧୦ରେ ଅମିତାଭଙ୍କୁ ମୁମ୍ବାଇରେ ଭେଟିଥିବା କହିଛନ୍ତି।