ଅମିରଙ୍କୁ ମିଳିଲା ଦୁଇ ଚେତାବନୀ

ମାଞ୍ଚେଷ୍ଟର,୧୬ା୬: ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷ ବୋଲର ମହମ୍ମଦ ଅମିରଙ୍କୁ ଅମ୍ପାୟର ଦୁଇ ଥର ଚେତାବନୀ ଦେଇଛନ୍ତି। ଭାରତ ବ୍ୟାଟିଂ କରୁଥିବାବେଳେ ଇନିଂସର ୨.୪ ଓ ୩.୪ ଓଭରରେ ଦୁଇ ଥର ଘଟିଥିଲା। ଭାରତୀୟ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ ବୋଲିଂ କରୁଥିବାବେଳେ ଅମିର ଫଲୋ ଥ୍ରୁରେ ୫ରୁ ୬ ଷ୍ଟେପ ନେଇ ପିଚ୍‌ ମଝିକୁ ଦୌଡ଼ି ଆସିଥିଲେ। ଏଥିଯୋଗୁ ଫିଲ୍ଡ ଅମ୍ପାୟର ବ୍ରୁସ ଅକ୍ସେଫର୍ଡ ବାମ ହାତୀ ପେସରଙ୍କୁ ଦୁଇ ଥର ଚେତାବନୀ ଦେଇଥିଲେ। ଉଭୟ ଘଟଣା ପରେ ଫିଲ୍ଡ ଅମ୍ପାୟରଙ୍କୁ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ତୁରନ୍ତ ବୁଝାଇଥିଲେ। ଯଦି ଅମିର ଆଉ ଥରେ ଫଲୋ ଥ୍ରୁରେ ତ୍ରୁଟି କରନ୍ତି, ତେବେ ମ୍ୟାଚ୍‌ରେ ଆଉ ବୋଲିଂ କରିପାରିବେ ନାହିଁ।

Share