Categories: ଖେଳ

ଅମିର ଖାଁଙ୍କୁ ମହିଳା ହକି ଅଧିନାୟିକାଙ୍କ ଅନୁରୋଧ

ନୂଆଦିଲ୍ଲୀ,୨୬।୧- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ସେ ବଲିଉଡ ଷ୍ଟାର ଅମିର ଖାଁଙ୍କୁ ସାହାଯ୍ୟ ମାଗିଛନ୍ତି। ୨୦୧୯ ବର୍ଷର ବିଶ୍ୱର ଶ୍ରେଷ୍ଠ ଆଥ୍‌ଲେଟ ପୁରସ୍କାର ଦୌଡ଼ରେ ରହିଛନ୍ତି ରାଣୀ। ସେ ଟୁଇଟ କରି ଲେଖିଛନ୍ତି, ଦେଶର ଏକମାତ୍ର ଆଥ୍‌ଲେଟ ଭାବେ ଓ୍ବାଲର୍‌ଡ ଗେମ୍ସ ଆଥ୍‌ଲେଟ ଅଫ୍‌ ଦ ଇୟର ଲାଗି ମନୋନୀତ ହେବା ମୋ ପାଇଁ ଗର୍ବର ବିଷୟ। ତୁମେ ମୋତେ ଏହି ଦଙ୍ଗଲରେ ଜିତାଇବ କି? ତଳେ ଥିବା ଭୋଟିଂ ଲିଙ୍କ୍‌କୁ ଶେୟାର କରିବାକୁ ଅନୁରୋଧ। ଏହାର ତୁରନ୍ତ ପରେ ଦଙ୍ଗଲ ଅଭିନେତା ଅମିର ରାଣୀଙ୍କ ଟୁଇଟ୍‌କୁ ରିଟୁଇଟ କରି ଲେଖିଛନ୍ତି, ତୁମକୁ କୌଣସି ପୁରସ୍କାର ଦରକାର ନାହିଁ। ତୁମେ ସ୍ବତନ୍ତ୍ର। ଜୀବନରେ ତୁମ ସଫଳତା କାମନା କରୁଛି। ଆମ ଝିଅମାନେ ପୁଅମାନଙ୍କଠାରୁ କମ ନା କ’ଣ?

Share