Advertisement

ଅମୀରଙ୍କ ଏହି ଫିଲ୍ମର ସିକ୍ୟୁଏଲ କରିବେ ଭୂଷଣ କୁମାର

ମୁମ୍ବାଇ: ୨୦୧୩ରେ ‘ଆଶିକ୍‌’ ସିକ୍ୟୁଏଲ ଆସିବା ପରଠାରୁ ‘ଆଶିକ୍‌-୩’କୁ ନେଇ ଚର୍ଚ୍ଚା ହୋଇଆସୁଛି। ଫିଲ୍ମ ନିର୍ମାଣ ନେଇ ୨୦୧୬ରୁ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିସାରିଛି। କିନ୍ତୁ ଫିଲ୍ମର ଶୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏବେ ପୁଣି ଥରେ ନିର୍ମାତାମାନଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି। ପ୍ରଯୋଜକ ଭୂଷଣ କୁମାର ଏବଂ ମହେଶ ଭଟ୍ଟ ଏକାଠି ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।
ଏଥିସହିତ ୧୯୯୧ରେ ମୁକ୍ତିଲାଭ କରିଥିବା ଅମୀର ଖାଁଙ୍କ ଫିଲ୍ମ ‘ଦିଲ୍‌ ହେ କି ମାନତା ନହିଁ’ର ସିକ୍ୱେଲ ତିଆରି କରିବାକୁ ମଧ୍ୟ ଭୂଷଣ ଚିନ୍ତା କରୁଛନ୍ତି। ଏହି ଫିଲ୍ମଟି ରୋମାଣ୍ଟିକ, କମେଡିରେ ଭରପୂର। ଯେଉଁଥିରେ ଆମୀର ଏବଂ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ୍‌ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମର ଗୀତକୁ ଦର୍ଶକେ ‘ଆଶିକ୍‌’ ପରି ମଧ୍ୟ ପସନ୍ଦ କରିଥିଲେ। ଭୂଷଣ କୁମାର କହିଛନ୍ତି, ଉଭୟ ଫିଲ୍ମ ସେତେବେଳେ ସୁପରହିଟ୍‌ ବୋଲି ପ୍ରମାଣିତ ହୋଇଛି। ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଦାୟିତ୍ୱ ବହନ କରିବା ଏକ ବଡ଼ ଦାୟିତ୍ୱ।
କହିରଖୁଛୁ, କିଛି ବର୍ଷ ତଳେ ଫିଲ୍ମ ନିର୍ମାତା ମହେଶ ଭଟ୍ଟ ସ୍ପଷ୍ଟ କରିଥିଲେ ଯେ, ଖୁବଶୀଘ୍ର ଭୂଷଣ କୁମାରଙ୍କ ସହ ‘ଆଶିକ୍‌-୩’ ନିର୍ମାଣ କରିବେ। ସେ ଏହା ମଧ୍ୟ କହିଛନ୍ତି, ଫିଲ୍ମ ପାଇଁ ଆଲିଆ ଭଟ୍ଟ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ବଛାଯାଇଛି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସାଇନ୍‌ କରିନାହାନ୍ତି। ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଚାଲିଛି ଏବଂ ଖୁବ୍‌ ଶୀଘ୍ର ଶୁଟିଂ ଆରମ୍ଭ ହୋଇପାରେ। ଏହି ସମୟ ମଧ୍ୟରେ ଶୁଣିବାକୁ ମଧ୍ୟ ମିଳିଥିଲା ଆଲିଆ ଏହି ପ୍ରୋଜେକ୍ଟରୁ ଅଲଗା ହୋଇଯାଇଛନ୍ତି। ତେବେ ୨୦୧୭ରେ ଟୁଇଟ୍‌ରରେ ସେ ଏହାକୁ ଅସ୍ବୀକାର କରିଥିଲେ। ‘ଆଶିକ୍‌’କୁ ନେଇ ସେ କହିଥିଲେ ଯେ ଏହା ଏକ ‘ସ୍ବତନ୍ତ୍ର ବ୍ରାଣ୍ଡ୍‌’ । ପ୍ରଥମ ଥର ପାଇଁ ତାଙ୍କ ପିତାଙ୍କ ସହ କାମ କରିବା ମଧ୍ୟ ସେତିକି ସ୍ପେଶାଲ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share