ଅମୃତସରରେ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌: ବିକ୍ଷୋଭ ପ୍ରଦର୍ଶନ କଲେ ଉତ୍ତ୍ୟକ୍ତ ପ୍ରବାସୀ

ଚଣ୍ଡିଗଡ଼,୨୯।୫: ଦେଶରେ କରୋନା ଭାଇରସ୍‌ ସଙ୍କଟ ଯୋଗୁ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ସବୁଠାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ। ଦେଶବ୍ୟାପି ଲକ୍‌ଡାଉନ ହେବାର ୨ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ପ୍ରବାସୀମାନେ ନିଜ ଘରକୁ ଫେରି ପାରିନାହାନ୍ତି। ଇତିମଧ୍ୟରେ ପଞ୍ଜାବ ଅମୃତସରରେ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ବିକ୍ଷୋଭ ପଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଅମୃତସରରୁ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନ୍‌ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଥିଲା। ଫଳରେ ପ୍ରବାସୀ ଶ୍ରମିକଙ୍କ ଘରକୁ ଯିବା ଆଶା ମଉଳିଯାଇଥିଲା। ଏହାପରେ ଉତ୍ତ୍ୟକ୍ତ ପ୍ରବାସୀମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଗୁରୁବାର ହେଲ୍‌ଥ ସ୍କ୍ରିନିଂ କରାଯାଇ ବସ୍‌ ଯୋଗେ ସେମାନଙ୍କୁ ଷ୍ଟେଶନକୁ ନିଆଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଟ୍ରେନ୍‌ ବାତିଲ ହୋଇଗଲା ବୋଲି ପ୍ରଶାସନ ସେମାନଙ୍କୁ ଜଣାଇଥିେଲେ। ଏହାପରେ ସରକାର ତୁରନ୍ତ ଘରକୁ ପଠାଇବାକୁ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରି ପ୍ରବାସୀ ଶ୍ରମିକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Share