ଅମୃତାଙ୍କୁ ଛାଡ଼ପତ୍ର ପରେ ସୈଫ ଦେଇଥିଲେ ଏତିକି ଟଙ୍କା

ସୈଫ୍‌ ଅଲ୍ଲୀ ଖାନ୍‌ ଆଜି ଅର୍ଥାତ ଶୁକ୍ରବାର ୪୯ ତମ ଜନ୍ମଦିବସ ପାଳନ କରୁଛନ୍ତି। ଶର୍ମିଳା ଟାଗୋର ଏବଂ ମନ୍‌ସୁର ଅଲ୍ଲୀ ଖାନ୍‌ଙ୍କ ପୁଅ ସୈଫ୍‌ ୧୬ ଅଗଷ୍ଟ ୧୯୭୦ରେ ଦିଲ୍ଲୀରେ ଜନ୍ମ ନେଇଥିଲେ। ୧୯୯୧ରେ ବଲିଉଡ୍‌ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୪ରେ ଦୁଇଜଣଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ଅମୃତା ସୈଫଙ୍କଠାରୁ ୧୨ବର୍ଷ ବଡ଼ ଥିଲେ। ଏହା ପରେ ବି ଦୁହିଁଙ୍କ ମଧ୍ୟରେ ପ୍ରେମ ଏବଂ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା।

ଅମୃତା-ସୈଫ ବିଦେଶ ଗସ୍ତରେ ଯାଇଥିବାବେଳେ ଜଣେ ଇଟାଲିୟନ ମଡେଲ ରୋଜାଙ୍କ ପାଇଁ ବିଚ୍ଛେଦ ହୋଇଥିଲା। କାରଣ ରୋଜା ଅଧିକାଂଶ ସମୟ ମୁମ୍ବାଇରେ ସୈଫଙ୍କ ସହ ରହୁଥିଲେ। ଅମୃତା-ସୈଫଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଲା। ଏହାକୁ ସହି ପାରିଲେନି ଅମୃତା। ଯେଉଁଥିପାଇଁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। କହିରଖୁଛୁ, ସୈଫ୍‌ଙ୍କ ସହ ରୋଜାଙ୍କ ସମ୍ପର୍କ ମଧ୍ୟ ବେଶୀଦିନ ରହି ନ ଥିଲା। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏକ ସାକ୍ଷାତକାରରେ ସୈଫ୍‌ କହିଥିଲେ, ଛାଡ଼ପତ୍ର ପରେ ଅମୃତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡ଼ିଥିଲା। ସେତେବେଳେ ସେ ଏତେ ଟଙ୍କା ଦେବାକୁ ସକ୍ଷମ ନ ଥିଲେ। ତେଣୁ ୨.୫ କୋଟି ଦେଇଥିଲେ। ବାକି ଟଙ୍କା ଧୀରେ ଧୀରେ ଦେଉଛନ୍ତି। ଏହା ବ୍ୟତୀତ ସେ ଅମୃତାଙ୍କୁ ପ୍ରତିମାସରେ ୧ ଲକ୍ଷ ଟଙ୍କା ଲେଖାଏ ଦେଉଛନ୍ତି। ତାଙ୍କ ପୁଅ ଇବ୍ରାହିମ୍‌ଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ଦେଇ ଚାଲିବେ।

Share