ଅମୃତ ଯୋଜନାରେ ପାର୍କ ପୁନରୁଦ୍ଧାର କାର୍ଯ୍ୟ ଅଧା: ୧୭ ସରିଛି, ୧୯ ବାକି

ଭୁବନେଶ୍ୱର, ୨୦।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ରାଜଧାନୀରେ ବିଭିନ୍ନ ପାର୍କର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଚାଲିଛି। ସୌନ୍ଦର୍ଯ୍ୟକରଣ ସହ ନୂତନ ନିର୍ମାଣ ଓ ଉପକରଣ ଲଗାଯାଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପରିଚାଳିତ ପାର୍କଗୁଡ଼ିକରେ ଏସବୁ କାର୍ଯ୍ୟ ୨୦୧୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଅଧା ବି ଶେଷ ହୋଇନି। ଅମୃତକୁ ମୋଟ ୩୬ ପାର୍କର ଦାୟିତ୍ୱ ମିଳିଥିବାବେଳେ ସେଥିମଧ୍ୟରୁ ମୋଟ ୧୭ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ଆଉ ୧୯ ପାର୍କର ପୁନରୁଦ୍ଧାର ବାକି ରହିଛି। ଗୋଟିଏ ପାର୍କ ପିଛା ହାରାହାରି ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ଜଣାପଡିଛି। ଏହି ଯୋଜନାରେ ଖର୍ଚ୍ଚ ଓ ପ୍ୟାକେଜ ଅନୁସାରେ ବିଲ୍‌ ମିଳୁଥିବାରୁ ଜାଣିଶୁଣି କାର୍ଯ୍ୟକୁ ବିଳମ୍ବିତ କରାଯାଉଥିବା ଅଭିଯୋଗ ଉଠୁଛି।
ମିଳିଥିବା ସୂଚନାନୁସାରେ, ସହରରେ ଥିବା ୬୦ରୁ ଊର୍ଦ୍ଧ୍ୱ ପାର୍କରେ ମୁକ୍ତାକାଶ ବ୍ୟାୟାମ ସହ ସୌନ୍ଦର୍ଯ୍ୟକରଣ ପାଇଁ ଲାଇଟ, ଚାରାରୋପଣ ତଥା ଅନ୍ୟାନ୍ୟ ନିର୍ମାଣ କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏଥିମଧ୍ୟରୁ ୩୬ ପାର୍କର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଅମୃତକୁ ଦିଆଯାଇଥିଲା। ୨୦୧୫-୧୬ରେ ଅମୃତକୁ ବିଏମ୍‌ସି ୪ ପାର୍କ ଯଥା ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର ସେକ୍ଟର-୫, କାନନ ବିହାର ଫେଜ୍‌-୧ ଓ ଡ଼ୁମଡ଼ୁମା ଓଏସ୍‌ଏଚ୍‌ବି କଲୋନୀ ପାର୍କ ଦାୟିତ୍ୱ ଦେଇଥିଲା। ୨୦୧୬-୧୭ରେ ୧୯ ଓ ୨୦୧୭-୧୮ରେ ୧୩ ପାର୍କର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ୨୦୧୬-୧୭ର ୧୩ ପାର୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆହୁରି ୬ଟି ବାକି ରହିଛି। ପୋଖରୀପୁଟ ବିଡ଼ିଏ କଲୋନୀରେ ଥିବା ପାର୍କଟିର କାର୍ଯ୍ୟ ୯୫ ପ୍ରତିଶତ ସରିଥିବାବେଳେ ଅନ୍ୟଗୁଡ଼ିକ ୫୦ ପ୍ରତିଶତ ବି ଛୁଇଁ ନାହିଁ। ଏପରି କି ବରମୁଣ୍ଡା ଇ-ଟାଇପ୍‌ ଫ୍ଲାଟ୍‌ ପାର୍କ, ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ସନ୍ତୋଷ ବିହାର ପାର୍କ, ବଡ଼ଗଡ଼ ବ୍ରିଟ କଲୋନୀରେ ଥିବା ଇ-ଏ କଲୋନୀ ପାର୍କ, ଆଇଗିଣିଆ ରାଜୀବ ନଗରରେ ଥିବା ପାର୍କ ଓ ନୟାପଲ୍ଲୀ ବ୍ରିଟ କଲୋନୀରେ କରାଯାଇଥିବା ପାର୍କର କାର୍ଯ୍ୟ କେଉଁଠି ୫ ପ୍ରତିଶତ ତ ଆଉ କେଉଁଠି ୧୦ ପ୍ରତିଶତରେ ଅଟକି ରହିଛି।
ସେହିପରି ୨୦୧୭-୧୮ରେ ଆରମ୍ଭ ହୋଇଥିବା ସମସ୍ତ ୧୩ ପାର୍କର ପୁନରୁଦ୍ଧାର କାମ ବାକି ରହିଛି। ଶୈଳଶ୍ରୀ ବିହାରର ଦୁଇଟି, ପ୍ରଶାନ୍ତି ବିହାରର ତିନୋଟି, ସେକ୍ଟର-୩ ହାଉସିଂ ବୋର୍ଡ, ରେଣ୍ଟାଲ କଲୋନୀ, ମୈତ୍ରୀ ବିହାର, ବରମୁଣ୍ଡା ହାଉସିଂ ବୋର୍ଡ, ସେନ୍‌ସସ୍‌ କଲୋନୀ, ବିଡ଼ିଏ ଇଡବ୍ଲ୍ୟୁଏସ୍‌ ହାଉସିଂ ବୋର୍ଡ କଲୋନୀ ଓ ଭରତପୁର ଜିଏ ପ୍ଲଟରେ ଥିବା ପାର୍କଗୁଡିକର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଆହୁରି ୨୦ରୁ ୩୦ ପ୍ରତିଶତ ବାକି ଥିବା ଜଣାପଡିଛି।
ଏ ସମ୍ପର୍କରେ ବିଏମ୍‌ସିର ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ କାର୍ଯ୍ୟ ଦାୟିତ୍ୱରେ ଥିବା ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ହେଲେ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ବିଏମ୍‌ସି କାର୍ଯ୍ୟାଳୟରେ କାର୍ଯ୍ୟରତ ଅମୃତ ଯୋଜନାର ସୁପରଭାଇଜର କୁହନ୍ତି, କମ୍‌ ସମୟ ଭିତରେ ଅଧିକ ପାର୍କ କାର୍ଯ୍ୟ କରାଯାଉଥିବାରୁ ବିଳମ୍ବ ହେଉଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ...

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ରବିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣାରେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,...

ଫସଲ କ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ସୁଦ୍ଧା ଆବେଦନ ନ କଲେ…

ଭୁବନେଶ୍ୱର,୨୮ା୧୨: ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ...

ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୮ା୧୨: ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri