Categories: ଜାତୀୟ

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ କଂଗ୍ରେସ ଦଳ ପକ୍ଷରୁ ଅମେଠିରେ ରାହୁଲଙ୍କ ଫଟୋ ସହ ‘ଏବେ ହେବ ନ୍ୟାୟ’ ବ୍ୟାନର ଲାଗିଛି। ବ୍ୟାନର ଲଗାଇବା ପାଇଁ ଘର ମାଲିକଙ୍କ ଅନୁମତି ମଧ୍ୟ ନିଆଯାଇ ନାହିଁ। ଏହା ଆଚରଣ ବିଧିର ଉଲ୍ଲଂଘନ। ନୋଟିସ ପାଇବାର ୨୪ ଘଣ୍ଟା ମଧ୍ୟରେ  ଏହା ଉପରେ ଜବାବ ରଖିବାକୁ ରାହୁଲଙ୍କୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ଅମେଠିର ବିଭିନ୍ନ ସ୍ଥାନରେ ଏଭଳି ୭ଟି ବ୍ୟାନର ଲାଗିଥିବା ନିର୍ବାଚନ ପର୍ଯ୍ୟବେକ୍ଷକ ଟିମ୍‌ ଦେଖିବାକୁ ପାଇଥିଲେ। ଏଥିପାଇଁ ଅନୁମତିପତ୍ର ଦେଖାଇବାକୁ କହିବାରୁ କଂଗ୍ରେସ କର୍ମୀ ତାହା ଦେଖାଇପାରି ନ ଥିଲେ। ରାହୁଲ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସି କହିଛନ୍ତି।

Share