‘ଅମ୍ପନ’ ପ୍ରଭାବିତଙ୍କୁ ସହାୟତା କଲେ ଶାହରୁଖ ଖାନ୍‌

ବାତ୍ୟା ‘ଅମ୍ଫନ’ରେ ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି ଅଭିନେତା ଶାହାରୁଖ ଖାନ। ଆଇପିଏଲ କ୍ରିକେଟ ଟିମ କୋଲକାତା ନାଇଟ ରାଇଡର୍ସର ଟୁଇଟର୍‌ ହ୍ୟାଣ୍ଡେଲରେ ରିଲିଫ ପ୍ୟାକେଜର ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ରିଲିଫ ଫଣ୍ଡ୍‌ରେ ଆର୍ଥିକ ସାହାଯ୍ୟ କରିବା ସହ ୫ ହଜାର ବୃକ୍ଷ ରୋପଣ କରାଯିବା ନେଇ ଘୋଷଣା କରାଯାଇଛି। ଏହା ବ୍ୟତୀତ ଶାହାରୁଖଙ୍କ ଏହି ଟିମ ଅମ୍ଫନ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଗତ ୨୦ ତାରିଖରେ ପଶ୍ଚିମବଙ୍ଗରେ ‘ଅମ୍ଫନ’ ବହୁ କ୍ଷୟକ୍ଷତି ଘଟାଇଛି। ଏଥିରେ ବହୁ ଲୋକ ପ୍ରଭାବିତ ହୋଇଥିବାବେଳେ ୮୬ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

Share