ଅମ୍ପନ ମୁକାବିଲା: ୪ ଆଇଏଏସ ଅଫିସରଙ୍କୁ ୪ ଜିଲା ଦାୟିତ୍ୱ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ବାତ୍ୟା ଅମ୍ପନ ମୁକାବିଲା ଲାଗି ସୋମବାର ୪ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ୪ ଜିଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କୁ ବାଲେଶ୍ୱର ଜିଲାର ଦାୟିତ୍ୱ ଦିଆଯାଇଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ ଦାୟିତ୍ୱ ମିଳିଛି। ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲାର ଦାୟିତ୍ୱ ମିଳିଛି। ଏ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Share