ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର

ଲିଡ୍ସ,୬।୭(ପିଟି)- ଇଂଲିଶ ଅମ୍ପାୟର ଇଆନ ଗୋଲ୍ଡ ଏଠାରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ପରେ ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ଶନିବାର କୁହାଯାଇଛି। ଗୋଲ୍ଡ ଅମ୍ପାୟରିଂ କ୍ୟାରିୟରରେ ୭୪ ଟେଷ୍ଟ ଓ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌କୁ ମିଶାଇ ୧୪୦ ଦିନିକିଆ ପରିଚାଳନା କରିଛନ୍ତି। ଗୋଲ୍ଡ ୪ର୍ଥ ଥର ପାଇଁ ଆଇସିସି ବିଶ୍ୱକପ୍‌ରେ ଅମ୍ପାୟର ଦାୟିତ୍ୱ ତୁଲାଉଛନ୍ତି। ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ ସେମିଫାଇନାଲ ମଧ୍ୟ ଅମ୍ପାୟରିଂ କରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଗୋଲ୍ଡ ୧୯୯୦ରେ ଖେଳାଳି ଭାବେ ଅବସର ନେଇଥିଲେ। ଏହାପରେ ମିଡ୍‌ଲଏକ୍ସ ଦଳର କୋଚ୍‌ ଭୂମିକା ଗ୍ରହଣ କରିଥିଲେ। ତେବେ ସେ ଜଣେ ଅମ୍ପାୟର ଭାବେ ବହୁଳ ପରିଚିତ। ୬୧ ବର୍ଷୀୟ ଅମ୍ପାୟର ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ଦୁଇ ବର୍ଷ ପରେ ଆଇସିସି ଏଲାଇଟ୍‌ ଅମ୍ପାୟରଙ୍କ ପ୍ୟାନେଲର ସଦସ୍ୟ ହୋଇଥିଲେ।

Share