Categories: ଖେଳ

ଅମ୍ପାୟର ନୋ ବଲ ଦେବାରୁ ଚାଲାକି କଲେ ପୋଲାର୍ଡ

ବିଜୟନଗରମ୍‌,୧୨।୧୧- ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଏଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ନିଜ ଚାଲାକିର ନମୁନା ଦେଖାଇଛନ୍ତି। ଆଫଗାନିସ୍ତାନ ଇନିଂସର ୨୫ତମ ଓଭରରେ ନୋ ବଲ ଦେବା ପରେ ଅମ୍ପାୟରଙ୍କୁ ବାଧ୍ୟ ହୋଇ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ପଡ଼ିଥିଲା। ୨୫ତମ ଓଭରର ପ୍ରଥମ ବଲ ପକାଇବାବେଳେ ପୋଲାର୍ଡ ଧାର୍ଯ୍ୟ ସୀମା ଅତିକ୍ରମ କରି ଯାଇଥିଲେ। ଫଳରେ ଅମ୍ପାୟର ନୋ ବଲ ଡାକି ଥିଲେ। କିନ୍ତୁ ଏହା ଶୁଣିବା ପରେ ପୋଲାର୍ଡ ବଲ ପକାଇ ନ ଥିଲେ। ଏଥିଯୋଗୁ ଅମ୍ପାୟର ବଲକୁ ଡେଡ୍‌ ବଲ ଘୋଷଣା କରିଥିଲା। ଏହି ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ପୋଲାର୍ଡ ୫ ଓଭର ବୋଲିଂ କରି ୨୦ ଦେଇ ଉଇକେଟ ଶୂନ୍ୟ ରହିଥିଲେ। କିନ୍ତୁ ବ୍ୟାଟିଂରେ ୨୬ ବଲରେ ୩୨ ରନ୍‌ କରିଥିଲେ। ମ୍ୟାଚ୍‌ ସହ ଓ୍ବେଷ୍ଟଇଣ୍ଡିଜ ୩-୦ ବ୍ୟବଧାନରେ ସିରିଜ୍‌ କ୍ଲିନ ସୁଇପ ହାସଲ କରିଛି।

Share