Categories: ଖେଳ

ଅମ୍ପାୟାରଙ୍କ ଆଗରେ ହାତ ଯୋଡି ଟ୍ରୋଲ୍‌ ହେଲେ ବିରାଟ

ସାଉଥାମ୍ପ୍ଟନ,୨୩।୬:ଚଳିତ ବିଶ୍ୱକପରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚରେ ଭାରତ ୧୧ ରନ୍‌ରେ ଜିତିଥିଲେ ମଧ୍ୟ ଆଫଗାନିସ୍ତାନ ଦଳ ସମସ୍ତଙ୍କ ହୃଦୟ ଜିତିଛି। ୨୨୫ରନରେ ସ୍କୋରକୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ପ୍ରାରମ୍ଭରୁ ଭଲ ଖେଳିଥିଲା। ଓ୍ବକେଟ୍‌ ନେବା ପାଇଁ ଭାରତକୁ ନାକେଦମ ହେବାକୁ ପଡିଥିଲା। ସାମିଙ୍କ ଏକ ବଲରେ ହଜରତୁଲ୍ଲା ଜାଜାଇ ଏଲବିଡବ୍ଲ୍ୟୁ ଆଉଟ ପାଇଁ ଭାରତୀୟ ଖେଳାଳି ଅପିଲ୍‌ କରିଥିଲେ। ଅମ୍ପାୟାର ଆଲିନ୍‌ ଡାର୍‌ ଏହାକୁ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ। କିନ୍ତୁ ବିରାଟ ଡିଆରଏସ ପାଇଁ ଅପିଲ୍‌ କରିଥିଲେ ମଧ୍ୟ ତୃତୀୟ ଅମ୍ପାୟାର୍‌ ମଧ୍ୟ ଜାଜାଇଙ୍କୁ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ। ଏଥିରେ ରାଗିଯାଇ ଫିଲ୍ଡ ଅମ୍ପାୟାର୍‌ଙ୍କ ଆଗରେ ହାତ ଯୋଡି ପକାଇଥିଲେ ଅଧିନାୟକ ବିରାଟ କୋହଲି। ବିରାଟଙ୍କ ହାତ ଯୋଡା ଫଷଟା ସୋସିଆଲ ମିଡିଆରେ ଭାଇାରାଲ ହେବା ପରେ ତାଙ୍କୁ ଫ୍ୟାନମାନେ ଟ୍ରୋଲ କରିଛନ୍ତି। କେହି କେହି ତାଙ୍କୁ ଉପହାସ କରି ଟ୍ରାଫିକ୍‌ ପୋଲିସ୍‌ ହାତରେ ଧରାପଡିଯାଇଥିବା କହିଛନ୍ତି।

Share