ଅମ୍ଫନର ପ୍ରଭାବ: ବୁଡିଯାଇଛି କୋଲକାତା ବିମାନ ବନ୍ଦରର ରନଓ୍ବେ

କୋଲକାତା,୨୧।୫: ବାତ୍ୟା ଅମ୍ଫନର ପ୍ରଭାବ ଓଡ଼ିଶାା ଉପରେ ଯେତିକି ପଡିଛି ତା’ଠାରୁ ଯଥେଷ୍ଟ ଅଧିକ ପ୍ରଭାବ ପଡିଛି ପଶ୍ଚିମବଙ୍ଗ ଉପରେ। ଏଠାରେ ଘଣ୍ଟାକୁ ୧୬୦-୧୮୦ କିଲୋମିଟର ମଧ୍ୟରେ ପବନ ବହିବା ସହ ପ୍ରବଳ ବର୍ଷାରେ ବଡବଡ ଗଛ ଉପୁଡି ପଡିଛି ଓ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅମ୍ଫନ ପ୍ରଭାବରେ କୋଲକାତା ବିମାନ ବନ୍ଦରର ରନଓ୍ବେ ଓ ହ୍ୟାଙ୍ଗର ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ସମସ୍ତ ବିମାନ ସେବାକୁ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ପାଇଁ ସମସ୍ତ ବିମାନ ଉଡାଣ ବାତିଲ କରାଯାଇଥିବା ବେଳେ କେବଳ କାର୍ଗୋ ଓ ବନ୍ଦେ ଭାରତ ମିଶନରେ କିଛି ବିମାନ ଚଳାଚଳ କରୁଥିଲା। ଏବେ ସେସବୁକୁ ମଧ୍ୟ ବନ୍ଦ କରିଦିଆଯାଇଛି।

Share