ଅମ୍ଫନ୍‌କୁ ଜାତୀୟ ବିପତ୍ତି ଘୋଷଣା କର: ସିପିଏମ୍‌

ନୂଆଦିଲ୍ଲୀ,୨୨ା୫(ପି.ଟି.): ବାତ୍ୟା ଅମ୍ଫନକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ସିପିଆଇ(ଏମ୍‌) ପକ୍ଷରୁ ଦାବି କରାଯାଇଛି। ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଜନସାଧାରଣ କେନ୍ଦ୍ରୀୟ ସହାୟତା ଚାହାନ୍ତି। ଅମ୍ଫନ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ୟାପକ କ୍ଷତି ହୋଇଛି। ଏଭଳି ସମୟରେ ରିଲିଫ ଓ ପୁନର୍ବାସନ ପ୍ରଥମ କାର୍ଯ୍ୟ। ସାରା ଦେଶ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରୁଥିବାବେଳେ ଅମ୍ଫନ କ୍ଷତିଗ୍ରସ୍ତ ଦୁଇ ରାଜ୍ୟର ଜନସାଧାରଣଙ୍କୁ ତୁରନ୍ତ ସହାୟତା ମିଳିବା ଆବଶ୍ୟକ। ୨୦୦୯ର ଅଇଲା ଏବଂ ୨୦୧୯ର ବୁଲ୍‌ବୁଲ୍‌ଠାରୁ ଅମ୍ଫନ ଅଧିକ ଧ୍ୱଂସକାରୀ ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟୁଇଟ୍‌ କରିଛନ୍ତି।

Share