Categories: ଖେଳ

‘ଅମ୍ଫନ୍‌’ ପ୍ରଭାବିତ ୧୦ ହଜାର ପରିବାରଙ୍କୁ ସହାୟତା କରୁଛନ୍ତି ସୌରଭ ଗାଙ୍ଗୁଲି

ଗତ ମାସରେ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଯୋଗୁ ପଶ୍ଚିମବଙ୍ଗରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ଯିବାର ପ୍ରାୟ ମାନେ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକଙ୍କ ଅବସ୍ଥା ସୁଧୁରି ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଦାଦା ନିଜ ସୌରଭ ଗାଙ୍ଗୁଲି ଫାଉଣ୍ଡେଶନ ଏବଂ ଏମ୍‌ଆଇ ସହ ମିଶି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଉଛନ୍ତି। ଏପର୍ଯ୍ୟନ୍ତ ସେମାନେ ୧୦ ହଜାର ପରିବାର ସହାୟତା ଯୋଗାଇ ସାରିଲେଣି। ଦଶ ହଜାର ପରିବାରକୁ ସାହାଯ୍ୟ କରୁଛନ୍ତି। ଏନେଇ ଗାଙ୍ଗୁଲି ଟୁଇଟ ମାଧ୍ୟମରେ ସୂଚନା ଦେଇ କହିଛନ୍ତି, ‘କିଛି ଇଂନିଶ ଆପଣଙ୍କ ପରୀକ୍ଷା ନିଏ, ଏଭଳି ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ! ଏକ ଭୟଙ୍କର ବାତ୍ୟା ଦ୍ୱାରା ବେଙ୍ଗଲ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି। ବାତ୍ୟା ସମୟରେ ଗାଙ୍ଗୁଲି ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେଇଥିଲେ।

Share