ଅମ୍ଫନ୍‌ ମୁକାବିଲା: କୋଲକାତା ବିମାନ ବନ୍ଦରରେ ଉଡ଼ାଣ ବନ୍ଦ

କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍‌ ଅପରାହ୍ନ ଅବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ କୋଲକାତା ବିମାନ ବନ୍ଦରରେ ସମସ୍ତ ଉଡ଼ାଣକୁ ଗୁରୁବାର ଭୋର୍‌ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟରେ ସ୍ବତନ୍ତ୍ର ବିମାନ ମଧ୍ୟ ଉଡ଼ାଣ କରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଟରକ୍ଷୀ ବାହିନୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟ ଲାଗି ଗୁରୁତ୍ୱାରୋପ କରାଯାଇଛି।

Share