ଅମ୍ଫନ୍‌ ଯୋଗୁ ଲାଗି ରହିଛି ବର୍ଷା: କାନ୍ଥ ଭୁଶୁଡ଼ି ଶିଶୁପୁତ୍ରର ଜୀବନ ଗଲା

ଭଦ୍ରକ ଅଫିସ,୨୦।୫ – ଭଦ୍ରକ ଜିଲା ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ମାଟି କାନ୍ଥ ଭୁଶୁଡି ଜଣେ ୩ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ତିନିମାସର ଶିଶୁପୁତ୍ର ଘରେ ଶୋଇଥିବା ଅବସ୍ଥାରେ ଘରର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ଘଟିଥିଲା। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁ ମୃତ ଦେହକୁ ଅଣାଯାଇ ପାରି ନ ଥିବା ସୂଚନା ମିଳିଛି।