ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ବାଲିଆପାଳ,୪।୬ (ସ୍ବ.ପ୍ର)- ମହାବାତ୍ୟା ଅମ୍ଫନର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ସମେତ ବାଲେଶ୍ୱର ଜିଲାର ଭୋଗରାଇ ଓ ବାଲିଆପାଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ବ୍ଲକ ତଥା ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସରିଥିବାବେଳେ ଗୁରୁବାର ଏକ ତିନିଜଣିଆ କେନ୍ଦ୍ରୀୟ ଟିମ ଭୋଗରାଇ ଓ ବାଲିଆ ପାଳ ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ଏହି ଦୁଇଟି ବ୍ଲକରେ ମୁଖ୍ୟତଃ ଧାନ, ପାନ, ଚିନାବାଦାମ, ନଡିଆ ଚାଷ ବାତ୍ୟାରେ ନଷ୍ଟ ହୋଇଥିବାବେଳେ ଶତାଧିକ ପାନ ବରଜ, ବଡବଡ ଗଛ, କଚ୍ଚାଘର ଓ ବିଦ୍ୟୁତ୍‌ ଖୁଣ୍ଟ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦ୍ରୀୟ ଟିମ ସହିତ ବାଲେଶର ଜିଲାପାଳ କେ. ଶୁଦର୍ଶନ ଚକ୍ରବର୍ତ୍ତୀ, ପିଡି, କୃଷି, ରାସ୍ତା, ପାନୀୟ ଜଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।