ଢାକା,୬।୬(ପି.ଟି.): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାଯ୍ୟ କରିବାକୁ ପାଇଁ ଦିନିକିଆ ଅଧିନାୟକ ତାମିମ ଇକ୍ବାଲଙ୍କ ନେତୃତ୍ୱରେ ବାଂଲାଦେଶ କ୍ରିକେଟ ଦଳ ଆଗକୁ ବାହିରିଛି। ବାତ୍ୟା ପୀଡିତ ଲୋକଙ୍କ ପାଇଁ ବିଶୁଦ୍ଧ ଜଳର ବ୍ୟବସ୍ଥା କରିଛନ୍ତି କ୍ରିକେଟର। ସାତଖିରାର ଶ୍ୟାମନଗର ଉପଜିଲ୍ଲାରେ ରହୁଥିବା ଅଧିବାସୀଙ୍କ ପାଇଁ ତାମିମ ପିଇବା ପାଣି ଯୋଗାଡ କରିଛନ୍ତି। ଶୁକ୍ରବାର ତାମିମ ଏ ନେଇ ଫେସ୍ବୁକ୍ରେ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲା।
କିଛିଦିନ ତଳେ ବାଂଲଦେଶର ଦକ୍ଷିଣ ଭାଗ ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ଖାସ୍ କରି ସାତଖିରା ଅଞ୍ଚଳର ଅଧିବାସୀମାନେ ସଂଘାତିକ ଜଳ ବିପତ୍ତିର ଶିକାର ହୋଇଥିଲେ। ଲେକମାନଙ୍କ ପାଇଁ ଶୁଦ୍ଧ ପିଇବା ପାଣିର ବ୍ୟବସ୍ତା ପାଇଁ ଆମେ ପ୍ରୟାସ କରିଛୁ ବୋଲି ତାମିମ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ବେଶ୍ ସାହାଯ୍ୟ କରିଛନ୍ତି। ତାମିମ ଏମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।